Home ଓଡ଼ିଶା  ରଣପୁର ବିଧାୟକଙ୍କ କରୋନାରୁ ଆରୋଗ୍ୟ ପାଇଁ ସାମୁହିକ ଦୀପ ଦାନ

 ରଣପୁର ବିଧାୟକଙ୍କ କରୋନାରୁ ଆରୋଗ୍ୟ ପାଇଁ ସାମୁହିକ ଦୀପ ଦାନ

141

ଓଡିଆ ପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)୦୯/୨୦: ନୟାଗଡ ଜିଲ୍ଲା ରଣପୁର ନିର୍ବାଚନମଣ୍ଡଳୀର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟନାରାୟଣ ପ୍ରଧାନ ଓ ତାଙ୍କ ପରିବାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବିଧାୟକ ଓ ତାଙ୍କ ପରିବାର ଆଶୁ ଆରୋଗ୍ୟ କାମନା କରି ରଣପୁର ମା ମାଣିନାଗ ପୀଠରେ ସାମୁହିକ ଦୀପ ଦାନ ଓ ପୂଜା କରାଯାଇଛି ।

ରଣପୁର ଏନ୍‌.ଏ.ସି.ର ପୂର୍ବତନ ଅଧକ୍ଷା ସବିତା ଦାସ, ପୂର୍ବତନ କାଉନସେଲର କମଳାକ୍ଷୀ ଦେବିଦର୍ଶିନୀ, ରଶ୍ମୀତା ମାଝୀ, ଜୟନ୍ତି ମହାରଣା, ,  ଲିଙ୍ଗରାଜ ନାୟକ, କାଳିଆ ମାଝୀ, ମାଗି ମହାରଣା, କୈଳାସ ମହାରଣା, ସୁନିଲ ଦାସ ଓ ବିଧାୟକଙ୍କ ବହୁ ସମର୍ଥକ ଏହି ଦୀପ ଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦୀପଦାନ ପରେ ମା ମଣିନାଗଙ୍କ ପୀଠରେ ଆଶୁଆରୋଗ୍ୟ କାମନା କରି ପୂଜାପାଠ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.