Home ଜିଲ୍ଲା ପରିକ୍ରମା ରଣପୁର ବିଜ୍ଞାପିତ ଅଂଚଳ ପରିଷଦରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅନିଶ୍ଚିତତା

ରଣପୁର ବିଜ୍ଞାପିତ ଅଂଚଳ ପରିଷଦରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅନିଶ୍ଚିତତା

34

ନୟାଗଡ଼ ୨୭/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସରକାର ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ ନିର୍ମାଣ କରିଚାଲିଛନ୍ତି। କିନ୍ତୁ ରଣପୁର ବିଜ୍ଞାପିତ ଅଂଚଳ ପରିଷଦକୁ ୮ ବର୍ଷ ପୁରିବାକୁ ବସିଥିବା ବେଳେ ଏଯାଏଁ ବସଷ୍ଟାଣ୍ଡ ଦେଖିବାକୁ ମିଳୁନୀ। ଯାହାଫଳରେ ଅବ୍ୟବସ୍ଥିତ ଯାତ୍ରୀବାହୀ ବସ ଯାତାୟତ ଯୋଗୁଁ ରାସ୍ତାରେ ଭିଡ ଜମିବା ସାଙ୍ଗକୁ ଯାତ୍ରୀମାନେ ବୃଦ୍ଧ ବୃଦ୍ଧା ଓ ଛୋଟ ଛୁଆ ଙ୍କୁ ଧରି ବହୁ ହଇରାଣ ହରକତ ହେଉଛନ୍ତି। ରଣପୁର ର ପୁର୍ବତନ ବିଧାୟକ ତଥା ପୁର୍ବତନ ରାଜ୍ୟସଭା ସାଂସଦ ରଣପୁର ରେ ଏକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପଶୁ ଡାକ୍ତରଖାନା ଓ ପୁରୁଣା ପୋଷ୍ଟ ଅଫିସ୍ ନିକଟରେ ଏକ ଖାଲୁଆ ଯାଗା କୁ ସମତୁଲ କରିଥିଲେ। ରଣପୁର ରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୮ ମାସ ତଳେ ରାଜ୍ୟ ସଡକ ପରିବହନ କର୍ପୋରେସନ୍ ର ଏକ ଦଳ ରଣପୁର ତହସିଲ କାର୍ଯ୍ୟାଳୟ କୁ ଯାଗା ଚିହ୍ନଟ ପାଇଁ ଆସିଥିଲେ। ରଣପୁର ତହସିଲ ତରଫରୁ ରଣପୁର ଜେଲଛକ ରେ ଥିବା ଏକ ଯାଗା, ସାନଗଡ ଠାରେ ଥିବା ଏକ ଯାଗା, ଉପର ସଡକ ରେ ଥିବା ଏକ ଯାଗା ଓ ପୁରୁଣା ପୋଷ୍ଟ ଅଫିସ୍ ନିକଟରେ ଥିବା ଏକ ଯାଗା କୁ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ।

ରଣପୁର ତହସିଲଦାର ଯୁଗଳ ମିଶ୍ର ଙ୍କ ସୂଚନା ଅନୁଯାଇ ପୁରୁଣା ପୋଷ୍ଟ ଅଫିସ୍ ନିକଟ ଓ ପଶୁ ଡାକ୍ତରଖାନା ନିକଟ ଯାଗା କୁ ବସଷ୍ଟାଣ୍ଡ ନିର୍ମାଣ ପାଇଁ ରାଜ୍ୟ ସଡକ ପରିବହନ କରିବା ପାଇଁ ଉତ୍ତମ ସ୍ଥାନ ଭାବେ ବାଛିଥିବା ଜଣାପଡିଛି। ଯେଉଁ ଯାଗା କି ଜିଲ୍ଲାପାଳ ଙ୍କ ନିକଟରେ ବିଚାରଧିନ ଅଛି। ଅପରପକ୍ଷେ ଉତ୍ତମ ସ୍ଥାନ ଭାବେ ବିବେଚିତ ହୋଇଥିବା ଯାଗା ନିକଟରେ ରଣପୁର ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ରହିଅଛି। ଛାତ୍ର ଛାତ୍ରୀ ମାନଙ୍କର ପାଠପଢା ଓ ଯାତାୟତ ରେ ବ୍ୟାଘାତ ସୃଷ୍ଟି ହେବା ନେଇ ସାମାଜିକ ଗଣମାଧ୍ୟମରେ ବିରୋଧ ଦେଖିବାକୁ ମିଳୁଛି। ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ୍ ମହାନ୍ତି ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ବସଷ୍ଟାଣ୍ଡ ଏପରି ଯାଗା ରେ ହେବାକଥା ଯାହାଦ୍ୱାରା କି ଯାତ୍ରୀବାହି ବସ ସୁବିଧା ରେ ଯାତ୍ରୀ ମାନଙ୍କୁ ପରିବହନ କରିବା ସହିତ ଯାତ୍ରୀମାନେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ। ସରକାର ତୁରନ୍ତ ରଣପୁର ବସଷ୍ଟାଣ୍ଡ ନିର୍ମାଣ ସର୍ମ୍ପକେ ପଦକ୍ଷେପ ନେବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.