Home ଓଡ଼ିଶା ରଣପୁର ବିକାଶ ରେ ଆଉ ଏକ ନୂଆ ଫର୍ଦ  ଉପର ମଣିନାଗ ରେ ପର୍ଯ୍ୟଟନ ସ୍ଥଳୀ

ରଣପୁର ବିକାଶ ରେ ଆଉ ଏକ ନୂଆ ଫର୍ଦ  ଉପର ମଣିନାଗ ରେ ପର୍ଯ୍ୟଟନ ସ୍ଥଳୀ

53

ନୟାଗଡ(ଓଡିଆ ପୁଅ-/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୮- ନୟାଗଡ ଜିଲ୍ଲା ରଣପୁରଗଡ ର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ  ଶକ୍ତି ପୀଠ ଉପର ମଣିନାଗ ପରିଚିତ । ସମୁଦ୍ର ପତନ ଠାରୁ ୧୨୦୯ ମିଟର ମଣିନାଗ ପାହାଡ ଉପରେ ଏହି ପୀଠ ଅବସ୍ଥିତ । ଏହିପୀଠ ରୁ ଭୋର ସମୟରେ ଆକାଶ ରେ ବାଦଲ ନଥିଲା ବେଳେ ଭକ୍ତ ମାନେ ପୁରୀ ଶ୍ରୀ ମନ୍ଦିର ର ଧ୍ୱଜା ଦର୍ଶନ କରିଥାନ୍ତି । ଏହି ପୀଠ କୁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ଉଦ୍ୟମ ରେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରେ ରାସ୍ତା ନିର୍ମାଣ ହୋଇ ଆଲୋକୀ କରଣ କରାଯାଇଛି । ଏହି ଉପର ମଣିନାଗ କୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଯାଇ ମା ଙ୍କୁ ଦର୍ଶନ କରିବା ସହ ସେଲ୍‌ଫି ଫଟୋ ଉଠାଇବାର ମଜା ନେଇଥାନ୍ତି ।

ତଳେ ବାଦଲ ଉପରେ ବାଦଲ ମଝିରେ ଫଟୋ ଉଠାଇବା ଦୃଶ୍ୟ ଅତୀବ ମନୋରମ । ଏହି ପୀଠ ରେ ରାତ୍ରୀ ଯାପନ ପାଇଁ ଯାତ୍ରୀ ନିବାସ ର ଅବାବ ସାଙ୍ଗ କୁ ମା ଙ୍କ ମନ୍ଦିର କୁ ଭଲ ପାହାଚ  ନିର୍ମାଣ ର ଆବଶ୍ୟକତା ଥିଲା । ତେଣୁ ସ୍ୱତନ୍ତ୍ର ସମସ୍ୟା ପାଣ୍ଠି ରୁ ୩୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ତେଣୁ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ରିତୁପର୍ଣ୍ଣା ମହାପାତ୍ର ଓ ସହକାରୀ ଯନ୍ତ୍ରୀ ଙ୍କୁ ନେଇ ଉପର ମଣିନାଗ ପୀଠ ରେ ଯାତ୍ରୀ ନିବାସ ପାହାଚ ନିର୍ମାଣ ଓ ଯଜ୍ଞ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ପୁର୍ବ ରୁ ସମୀକ୍ଷା କରିଥିବା ଜଣାପଡିଛି । ତଳ ମଣିନାଗ ରୁ ଉପର ମଣିନାଗ ରୋପ୍ ୱେ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ବୋଲି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି । ଉପର ମଣିନାଗ ଉନ୍ନତି କରଣ ରଣପୁର ବିକାଶଧାରା ରେ ଆଉ ଏକ  ନୂଆ ଫର୍ଦ ବୋଲି ଜନସାଧାରଣ ଆଲୋଚନା କରନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.