Home ଓଡ଼ିଶା ରଣପୁର ବନ ବିଭାଗ ଦ୍ୱାରା କାଠଚିରା ମେସିନ୍ ଜବତ

ରଣପୁର ବନ ବିଭାଗ ଦ୍ୱାରା କାଠଚିରା ମେସିନ୍ ଜବତ

79

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୧୧-  ନୟାଗଡ ଜିଲ୍ଲା ରଣପୁର ବନାଂଚଳ ରେ ଗାଁ ଗାଁ ରେ ବନ ସୁରକ୍ଷା  ସମିତି  ଗଠନ ସହ ବନ ବିଭାଗ ର ସର୍ତକତା ଯୋଗୁଁ ଜଙ୍ଗଲ ରୁ କାଠ ଚୋରୀ ବନ୍ଦ ହୋଇଯାଇଛି । ସରକାରଙ୍କ ନିୟମ ଅନୁଯାଇ ବନାଂଚଳ ନିକଟରେ କାଠ ଚିରା ମେସିନ୍  ବସି ପାରିବ ନାହିଁ । ଏହା ଫଳରେ ନିଜ ଘର ବାରି ଅଂଚଳ ରୁ ବାରାହୁଥିବା କାଠ ଗଣ୍ଡି କୁ ଲୋକମାନେ ଚିରି ପିଲାଛୁଆ ବାହାଘର ରେ କାଠ ସଜ ନିର୍ମାଣ ଓ ଘରେ କବାଟ ଝରକା ଲଗାଇବା ପାଇଁ  ସ୍ଥାନୀୟ ଲୋକମାନେ ବହୁ ହଇରାଣ ହରକତ ହେଉଛନ୍ତି । ଅପରପକ୍ଷେ  ଚୋରା ଲୁଚା ରେ କାଠଚିରା ମେସିନ୍ ବସାଇ କାଠ ଚିରୁଛନ୍ତି ।  ନିୟମ ଅନୁଯାଇ କାଠଚିରା ମେସିନ୍ ବସାଇବା ପାଇଁ ସରକାରୀ ଅନୁମତି ନଥିବାରୁ ବନ ବିଭାଗ ଚଢାଉ ଜାରି ରଖିଛନ୍ତି ।

ଗତ ନଭେମ୍ବର ୨୩ ତାରିଖ ବିଳମ୍ବିତ ସଂନ୍ଧ୍ୟା ରେ  ବସନ୍ତପୁର ଗ୍ରାମରେ ଏକ ବିଦ୍ୟୁତ୍ ଚାଳିତ ମେସିନ୍ ଦ୍ୱାରା କାଠ ଚିରା ହେଉଥିବା ବନ ବିଭାଗ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଥିଲେ ।  ରଣପୁର ବନାଂଚଳ ଅଧିକାରୀ ଶାନ୍ତନୁ କୁମାର ଦଳେଇ  , ବନପାଳ କୈବଲ୍ୟ ବେହେରା ପୋଲିସ ବଳ ସହ ବସନ୍ତପୁର ଗ୍ରାମରେ  ଚଢାଉ କରି କାଠ ଚିରା ମେସିନ୍ କୁ  ଜବତ କରିଥିବା ଜଣାପଡିଛି ।  ଅଳ୍ପ କିଛି ଚିରା ଶାଗୁଆନ କାଠ ମଧ୍ୟ ଜବତ କରିଛନ୍ତି ।  ଅଭିଯୁକ୍ତ ମାନେ ଘଟଣାସ୍ଥଳ ରୁ ଫେରାର ହୋଇଯାଇଛନ୍ତି ।  ଜବତ କାଠ ଓ ମେସିନ୍ ର ମୁଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.