Home ଓଡ଼ିଶା ରଣପୁର ବନାଂଚଳ ଚମ୍ପାଗଡ ପଞ୍ଚାୟତ ରେ ଜଙ୍ଗଲ ନିଆଁ ସଚେତନତା କାର୍ଯ୍ୟକ୍ରମ

ରଣପୁର ବନାଂଚଳ ଚମ୍ପାଗଡ ପଞ୍ଚାୟତ ରେ ଜଙ୍ଗଲ ନିଆଁ ସଚେତନତା କାର୍ଯ୍ୟକ୍ରମ

102

ନୟାଗଡ/୨୩/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ରେ ଜଙ୍ଗଲ ରେ ନିଆଁ ଲାଗି ଜଳବାୟୁର ତାପମାତ୍ରା ବଢିବାରେ ଲାଗିଛି ।  ଯାହାକୁ ନେଇ ପରିବେଶବିତ୍ ମାନେ ଘୋର ଉଦବେଗ ପ୍ରକାଶ କରୁଛନ୍ତି । ତେଣୁ ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଖୋର୍ଦ୍ଧା ବନଖଣ୍ଡ ଅଧିକାରିଣୀ ପୁର୍ଣ୍ଣିମା ପି ଙ୍କ ନିର୍ଦେଶ ରେ ରଣପୁର ବନାଂଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥି ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ଓ ପରିବେଶ ରେ ତାପମାତ୍ରାକୁ ହ୍ରାସ କରିବା ଉଦେଶ୍ୟ ନେଇ  ଜନ ସଚେତନତା କାର୍ଯ୍ୟକ୍ରମ ହାତ କୁ ନେଇଛନ୍ତି ।

ଚମ୍ପାଗଡ ବନ ସୁରକ୍ଷା ସମିତି ଆନୁକୁଲ୍ୟରେ ମାର୍ଚ୍ଚ୨୩ ତାରିଖ ରେ ଚମ୍ପାଗଡ ଗ୍ରାମବାସୀ ଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ରଣପୁର ବନାଂଚଳ ଅଧିକାରୀ ସୁବାଷ ଚନ୍ଦ୍ର ଶତପଥି , ଗୋପାଳପୁର ଫରେଷ୍ଟର ବିଚିତ୍ରା ନନ୍ଦ ବେହେରା , ବନ ରକ୍ଷକ ଦିପିକା ସିଂ , ପ୍ରଶାନ୍ତ ପ୍ରଧାନ , ରଣଜିତ୍ ପ୍ରଧାନ , ଚମ୍ପାଗଡ ବନ ସଂରକ୍ଷଣ  ସମିତି ର ସଭାପତି ପର୍ନ୍ନଗ ଭୂଷଣ ମାନଧାତା , ଗ୍ରାମର ସ୍କୁଲ ଛାତ୍ର ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଜନ ସାଧାରଣ ଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.