ନୟାଗଡ/୨୩/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ରେ ଜଙ୍ଗଲ ରେ ନିଆଁ ଲାଗି ଜଳବାୟୁର ତାପମାତ୍ରା ବଢିବାରେ ଲାଗିଛି । ଯାହାକୁ ନେଇ ପରିବେଶବିତ୍ ମାନେ ଘୋର ଉଦବେଗ ପ୍ରକାଶ କରୁଛନ୍ତି । ତେଣୁ ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଖୋର୍ଦ୍ଧା ବନଖଣ୍ଡ ଅଧିକାରିଣୀ ପୁର୍ଣ୍ଣିମା ପି ଙ୍କ ନିର୍ଦେଶ ରେ ରଣପୁର ବନାଂଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥି ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ଓ ପରିବେଶ ରେ ତାପମାତ୍ରାକୁ ହ୍ରାସ କରିବା ଉଦେଶ୍ୟ ନେଇ ଜନ ସଚେତନତା କାର୍ଯ୍ୟକ୍ରମ ହାତ କୁ ନେଇଛନ୍ତି ।
ଚମ୍ପାଗଡ ବନ ସୁରକ୍ଷା ସମିତି ଆନୁକୁଲ୍ୟରେ ମାର୍ଚ୍ଚ୨୩ ତାରିଖ ରେ ଚମ୍ପାଗଡ ଗ୍ରାମବାସୀ ଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ରଣପୁର ବନାଂଚଳ ଅଧିକାରୀ ସୁବାଷ ଚନ୍ଦ୍ର ଶତପଥି , ଗୋପାଳପୁର ଫରେଷ୍ଟର ବିଚିତ୍ରା ନନ୍ଦ ବେହେରା , ବନ ରକ୍ଷକ ଦିପିକା ସିଂ , ପ୍ରଶାନ୍ତ ପ୍ରଧାନ , ରଣଜିତ୍ ପ୍ରଧାନ , ଚମ୍ପାଗଡ ବନ ସଂରକ୍ଷଣ ସମିତି ର ସଭାପତି ପର୍ନ୍ନଗ ଭୂଷଣ ମାନଧାତା , ଗ୍ରାମର ସ୍କୁଲ ଛାତ୍ର ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଜନ ସାଧାରଣ ଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଥିଲା ।