Home ଓଡ଼ିଶା ରଣପୁର ବନାଂଚଳ ଗୁଣ୍ଡୁରିବାଡି ଗ୍ରାମରୁ ବିରଳ ପକ୍ଷୀ ଶାଗୁଣା ଉଦ୍ଧାର

ରଣପୁର ବନାଂଚଳ ଗୁଣ୍ଡୁରିବାଡି ଗ୍ରାମରୁ ବିରଳ ପକ୍ଷୀ ଶାଗୁଣା ଉଦ୍ଧାର

242

ନୟାଗଡ/୨୨/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଗତ ୧୯୯୯ ମହାବାତ୍ୟା ପରେ ପକ୍ଷୀ ଜଗତରୁ ବିଲୁପ୍ତ ହେବାକୁ ଯାଉଥିବା କେତେକ ପକ୍ଷୀଙ୍କୁ ଏବେ କେବଳ ଚିଡିଆଖାନାରେ ଦେଖିବାକୁ ମିଳୁଛି । ସେ ମଧ୍ୟରୁ ଘର ଚଟିଆ ଓ ଶାଗୁଣା ଅନ୍ୟତମ । ସେହିଭଳି ଏକ  ବିରଳ ପକ୍ଷୀ ଶାଗୁଣା ଉଦ୍ଧାର ହୋଇଛି ରଣପୁର ବନାଂଚଳର ଗୁଣ୍ଡୁରିବାଡି ଗ୍ରାମରୁ । ଗ୍ରାମବାସୀମାନେ ଏହି ବିରଳ ପକ୍ଷୀଟି ଗୋଟିଏ ଯାଗାରେ ବସିଥିବା ରଣପୁର ବନାଂଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥିଙ୍କୁ ଖବର ଦେଇଥିଲେ ।

ଖବର ପାଇ ବନାଂଚଳ ଅଧିକାରୀ ସ୍ନେକ୍ ହେଲ୍‌ପ୍ ଲାଇନ୍ ର ଅଜୟ ଦାସଙ୍କୁ ସାଙ୍ଗରେ ନେଇ ଗୁଣ୍ଡୁରିବାଡି ଗ୍ରାମକୁ ଯାଇଥିଲେ । ଅଜୟ ଦାସ ବିରଳ ଶାଗୁଣାଟିକୁ ଧରି ଆଣିଲେ । ତାଙ୍କ ଘରେ ରଖି ପଶୁ ଚିକିତ୍ସକଙ୍କ ସହ ଗୋଟିଏ ଦିନ ଚିକିତ୍ସା କରିବା ପରେ ଫେବୃୟାରୀ ୨୨ ତାରିଖ ଦିନ ରଣପୁର ବନାଂଚଳ ଅଧିକାରୀଙ୍କ ଅଫିସ୍ ରେ ରଖିଥିବା ଜଣା ପଡିଛି । ଏ ସମ୍ପର୍କେ ରଣପୁର ବନାଂଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଶାଗୁଣାଟିର ଚିକିତ୍ସା ଚାଲିଛି । ଓୟୁଏଟି ଓ ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ସହ କଥାବାର୍ତ୍ତା ଚାଲିଛି । ଦୁଇଦିନ ଛୁଟି ପଡିଛି ତେଣୁ ସୋମବାର ଦିନ ବିରଳ ଶାଗୁଣାଟିକୁ ହସ୍ତାନ୍ତର କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.