Home ଜିଲ୍ଲା ପରିକ୍ରମା ରଣପୁର ପ୍ରେସକ୍ଲବ ତରଫରୁ ନୂତନ ଜିଲ୍ଲା ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

ରଣପୁର ପ୍ରେସକ୍ଲବ ତରଫରୁ ନୂତନ ଜିଲ୍ଲା ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

85

ନୟାଗଡ଼ ୧୩/୦୩ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଗଠନ ହେବା ପରଠାରୁ ରଣପୁର ବ୍ଲକ ସର୍ବବୃହତ ବ୍ଲକ ହୋଇଥିଲେ ମଧ୍ୟ କେହି ଜିଲ୍ଲା ପରିଷଦ ଆସନ ଅଳଂଙ୍କୃତ କରିପାରି ନଥିଲେ। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରଣପୁର ବ୍ଲକର ଇଂ ଦେବାଶିଷ ପଟ୍ଟନାୟକ ବିଜୟ ଲାଭ କରିଥିବା ଜଣାପଡିଛି। ତେଣୁ ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ (କାଳୁ ଭାଇ)ଙ୍କୁ ରଣପୁର ପ୍ରେସକ୍ଲବ ତରଫରୁ ମାର୍ଚ୍ଚ ୧୩ ତାରିଖ ଅପରାହ୍ନ ରେ ମା ମଣିନାଗଙ୍କ ପୀଠରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡ଼ିଛି। ଦେବାଶିଷ ରଣପୁର ୨୨ନଂ ଜିଲ୍ଲା ପରିଷଦ ଜୋନ୍ ରାଜସୁନାଖଳାରୁ ନିର୍ବାଚିତ ହୋଇଥିଲେ। ସେ ଇଞ୍ଜିନିୟର ଚାକିରୀ ଛାଡି ପ୍ରଥମେ ଏକ ଉପ ନିର୍ବାଚନରେ ବ୍ରଜରାଜପୁର ପଞ୍ଚାୟତର ସରପଞ୍ଚ ଓ ପରେ ପରେ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ୫ ବର୍ଷ ପର୍ଯ୍ୟନ୍ତ ରଣପୁର ବ୍ଲକ ଅଧକ୍ଷ ପଦରେ ରହି ଜନସେବା କରିଥିଲେ।

ତାଙ୍କର ବଳିଷ୍ଠ ନେତୃତ୍ୱ ବିଜୁ ଜନତା ଦଳ କୁ ସମୃଦ୍ଧ ଓ ସୁଦୃଢ କରିଥିବା ଯୋଗୁଁ ତାଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ମନ୍ତ୍ରୀ ଅରୁଣ କୁମାର ସାହୁ ଓ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ତାଙ୍କୁ ଅଧ୍ୟକ୍ଷ ପଦବୀ ପାଇଁ ଯୋଗ୍ୟ ବିବେଚିତ କରିଥିବା ଜଣାପଡିଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ରଣପୁର ପ୍ରେସକ୍ଲବର କାର୍ଯ୍ୟକାରୀ ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ, ସଭାପତି ସୁକାନ୍ତ ପଟ୍ଟନାୟକ, ସମ୍ପାଦକ ବ୍ରଜ ରଣସିଂ, ସାମ୍ବାଦିକ ଚନ୍ଦ୍ରଭାନୁ ପରିଡା, କୃଷ୍ଣଚନ୍ଦ୍ର ଦାଶ ଓ ଅନ୍ୟ ମାନେ ଯୋଗ ଦେଇଥିଲେ। ପରେ ପରେ ମଣିନାଗ ପୀଠରୁ ଏକ ବିରାଟ ଶୋଭାଯାତ୍ରା ରେ ଶ୍ରୀ ପଟ୍ଟନାୟକଙ୍କୁ ରଣପୁର ପରିକ୍ରମା କରି ପଞ୍ଚୁଦୋଳ ପଡିଆରେ ଥିବା ସହିଦ୍ ରଘୁଦିବାକର ମଣ୍ଡପକୁ ନିଆଯାଇଥିଲା। ସେଠାରେ ସହିଦ୍ ଙ୍କ ପ୍ରତିମୃର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ରଣପୁର ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ବ୍ୟବସ୍ଥାକୁ ଉନ୍ନତି କରିବେ ବୋଲି ସେ ଗଣମାଧ୍ୟମ କୁ ସୂଚନା ଦେଇଥିବା ଜଣାପଡିଛି। ବିଜୁ ଜନତା ଦଳ ରଣପୁର ବ୍ଲକ ଅଧକ୍ଷ ପଦକୁ ହାତଛଡା କରିଥିବାର ଦୁଃଖ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାସଲ ପରେ କର୍ମୀମାନେ ଭୁଲି ଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.