Home ଓଡ଼ିଶା ରଣପୁର ପୋଲିସ ଦ୍ୱାରା ଛେଳି ଚୋର ଗିରଫ ଛେଳି ଜବତ

ରଣପୁର ପୋଲିସ ଦ୍ୱାରା ଛେଳି ଚୋର ଗିରଫ ଛେଳି ଜବତ

86

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୦୯- ନୟାଗଡ ଜିଲ୍ଲା ରଣପୁର ଥାନା ରଣପୁର ନୂଆଗାଁ ଜ୍ୟୋତି ରଞ୍ଜନ ଘଡେଇ ଓ କୁସୁନି ଖଟେଇ କୁ ଛେଳି ଚୋରୀ ଅଭିଯୋଗ ରେ ଗିରଫ କରିଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ହରିପୁର ଗ୍ରାମର କୋକିଳ ପ୍ରଧାନଙ୍କ ଛେଳି କୁ ଭୈରବୀ ମନ୍ଦିର ନିକଟରୁ ଚୋରୀ କରିଥିବା ଥାନା ରେ ଅଭିଯୋଗ ହୋଇଥିଲା ।

ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ମାମଲା ର ତଦନ୍ତ କରି ରଣପୁର ମଙ୍ଗରାଜପୁର ନିକଟରୁ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଚୋରୀ ହୋଇଥିବା ଛେଳି ଓ ଡାଲା ଅଟୋ କୁ ପୋଲିସ ଜବତ କରିଛି । ଉଭୟ ଅଭିଯୁକ୍ତ ଙ୍କ ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ହାଜତ କୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.