Home ଓଡ଼ିଶା ରଣପୁର ପୋଲିସ ଦ୍ୱାରା ଗୋଚାଲାଣ ଗାଡି ଜବତ ଅଭିଯୁକ୍ତ ଡ୍ରାଇଭର ଗିରଫ

ରଣପୁର ପୋଲିସ ଦ୍ୱାରା ଗୋଚାଲାଣ ଗାଡି ଜବତ ଅଭିଯୁକ୍ତ ଡ୍ରାଇଭର ଗିରଫ

40

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୦୬- ନୟାଗଡ ଜିଲ୍ଲା ରଣପୁର ଅଂଚଳ ରୁ ଗୋ ଚାଲାଣ ଦିନ କୁ ଦିନ ବଢିବାରେ ଲାଗିଛି । ଯାହା ଉପରେ ରଣପୁର ପୋଲିସ ସଜାଗ ଦୃଷ୍ଟି ରଖିଛି । ଜୁନ୍ ୨୫ ତାରିଖ ଦିବା ୧୧ ଘଟିକା ସମୟରେ ରଣପୁର ରୁ ଗୋ ଚାଲାଣ ହେଉଥିବା ଖବର ପୋଲିସ ପାଇଥିଲା ।

ତେଣୁ ରଣପୁର ଥାନା ପୋଲିସ ସବ୍ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ଗୋ ଚାଲାଣ ଗାଡି ପିଛା କରିଥିଲେ । ଖୋର୍ଦ୍ଧା ଜିଲ୍ଲା ସିକୋ ନିକଟରୁ ଓ ଡି ୦୨କ୍ୟୁ ୮୬୫୪ ଟାଟା ଏ ସି ଗାଡି କୁ ଜବତ କରିଥିଲେ । ଗାଡି ଭିତରେ ଥିବା ୪ ଗୋଟି ଗାଈ, ୨ ଟି ଷଣ୍ଢ କୁ ଉଦ୍ଧାର କରିବା ସହ  ଅଭିଯୁକ୍ତ ଡ୍ରାଇଭର ଏସ୍ କେ ତାଲିମ୍ ଓ ହେଲପର କୁ ରଣପୁର ଥାନା ରେ ଅଟକ ରଖିଥିବା ଜଣାପଡିଛି । ହେଲପର ନାବାଳକ ଥିବାରୁ ପୋଲିସ ସେ ନେଇ ଚିନ୍ତା କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.