Home ଓଡ଼ିଶା ରଣପୁର ପୋଲିସ ଦ୍ୱାରା ଅଟୋ ସହ ୨ଶହ ଲିଟର ଚୋରା କିରୋସିନ୍ ଜବତ ଜଣେ ଗିରଫ

ରଣପୁର ପୋଲିସ ଦ୍ୱାରା ଅଟୋ ସହ ୨ଶହ ଲିଟର ଚୋରା କିରୋସିନ୍ ଜବତ ଜଣେ ଗିରଫ

28

ନୟାଗଡ/୧୯/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଂଚଳରୁ ବ୍ୟାପକ ଚୋରା କିରୋସିନୀ ଚାନ୍ଦପୁର ଅଂଚଳକୁ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଚୋରା କିରୋସିନୀ ଧରିବା ପାଇଁ ପୋଲିସ କୁ ସଜାଗ କରିଥିଲେ । ରଣପୁର ଥାନା ସବ୍ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ଗତ ଫେବୃୟାରୀ ୧୮ ତାରିଖ ରାତି ୮ ଘଟିକା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଗୋପାଳପୁର ପାମ୍ପଡା ମଝିରେ ଏକ ଅଟୋ ଗାଡିକୁ ଅଟକାଇ ଥିଲେ ।

ଅଟୋ ଗାଡିରେ ୪ ଗୋଟି ପ୍ଲାଷ୍ଟିକ୍ ଜାରକିନ୍ ରେ ପ୍ରାୟ ୨ ଶହ ଲିଟର ଚୋରା କିରୋସିନୀ କୁ ଜବତ କରିବା ସହ ଅଭିଯୁକ୍ତ ନିରାକାରପୁର ଥାନା ବଡ ପୋଖରିଆ ଗ୍ରାମର ରଣଜିତ ପଟ୍ଟନାୟକ ଙ୍କୁ ଗିରଫ କରିଥିବା ଜଣାପଡିଛି । ରଣଜିତ ରଣପୁର ଜେଲଛକ ରୁ କିରୋସିନୀ ନେଇ ଚାନ୍ଦପୁର ଯାଉଥିବା ସୂଚନା ମିଳିଛି । ଏହି ଚୋରା କିରୋସିନୀ କୁ ନେଇ ଚାନ୍ଦପୁର ଅଂଚଳରେ କିଛି କେମିକାଲ ମିଶାଇ ୧୬ ନଂ ଜାତୀୟ ରାଜପଥ କଡରେ ବିକ୍ରୟ ହେଉଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.