Home ଓଡ଼ିଶା ରଣପୁର ପୋଲିସ କୁ ସଫଳତା : ପୋଲିସର ମୋଷ୍ଟୱାଣ୍ଟେଡ୍ ରଞ୍ଜନ ଗିରଫ

ରଣପୁର ପୋଲିସ କୁ ସଫଳତା : ପୋଲିସର ମୋଷ୍ଟୱାଣ୍ଟେଡ୍ ରଞ୍ଜନ ଗିରଫ

39

ନୟାଗଡ ୧୯/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସକୁ ଏକ ବଡ ସଫଳତା ମିଳିଥିବା ଜଣାପଡିଛି। ରଣପୁର ଥାନା ଅଂଚଳରେ ସାନଗଡ ଗ୍ରାମର ନବକିଶୋର ନାୟକଙ୍କ ପୁଅ ରଞ୍ଜନ ନାୟକ ନାମରେ ଡକାୟତି ଓ ରାହାଜାନି ଭଳି ୧୦ଗୋଟି ମାମଲା ରହିଥିଲା। ରଞ୍ଜନ ଅପରାଧ ଘଟାଇବା ପରେ ପୋଲିସ କୁ ଚକ୍‌ମା ଦେଖାଇ ଅଂଚଳ ଛାଡି ଫେରାର ହୋଂଯାଉଥିଲା। ଏପରିକି ପୋଲିସ ଧରିବାକୁ ଗଲାବେଳେ ଦୁଇ ଦୁଇଥର ବମ୍ ଫୁଟାଇ ପୋଲିସକୁ ଭୟଭୀତ କରାଇ ଫେରାର ହୋଇଯାଉଥିଲା। ରଣପୁର ଥାନା ପୋଲିସର ନିଦ ହଜାଇ ଦେଉଥିଲା। ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ରଞ୍ଜନର ଗତିବିଧି ଉପରେ ଲକ୍ଷ ରଖିଥିଲେ। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଲେଯେ ରଞ୍ଜନ ଜାନୁୟାରୀ ୧୮ ତାରିଖ ରାତିରେ ଘରକୁ ଆସିଛି।

ତେଣୁ ଜାନୁୟାରୀ ୧୯ ତାରିଖ ଭୋର ସମୟରେ ରଞ୍ଜନ ସାନଗଡ ଗାଁ ଦାଣ୍ଡରେ ନିଆଁ ପୁଆଁଉଥିବା ବେଳେ ଉପନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ଛଦ୍ମ ବେଶରେ ଯାଇ ରଞ୍ଜନକୁ ଧରିବା ସମୟରେ ଚାଲାଖର ସହ ଖସି ଦଉଡି ପଳାଇଥିଲା। ଚଳଚିତ୍ର ଢାଞ୍ଚାରେ ଆଗେ ଆଗେ ଅଭିଯୁକ୍ତ ପଛେ ପଛେ ପୋଲିସ ୫ ମିନିଟ୍ ଦଉଡା ଦଉଡି ପରେ ପ୍ରିତି ପ୍ରକାଶ ମହାନ୍ତି ରଞ୍ଜନ କୁ କାବୁ କରିନେଇଥିଲେ। ପୋଲିସର ସୂଚନା ଅନୁଯାଇ ରଞ୍ଜନ ନାମରେ ରଣପୁର ଥାନରେ ୧୦ ଗୋଟି ମାମଲା ଥିବା ବେଳେ ଅନ୍ୟ ଥାନା ମାନଙ୍କରୁ ତା ନାମରେ କେତେ ମାମଲା ରହିଛି ତାଲିକା ପ୍ରସ୍ତୁତ କରାଯାଉଛି। ଅଭିଯୁକ୍ତ ରଞ୍ଜନକୁ ଅଦାଲତ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.