Home ଜିଲ୍ଲା ପରିକ୍ରମା ରଣପୁର ପଂଚୁଦୋଳ ପଡିଆରେ ସିଟୁ ତରଫରୁ ପଥପ୍ରାନ୍ତ ସଭା

ରଣପୁର ପଂଚୁଦୋଳ ପଡିଆରେ ସିଟୁ ତରଫରୁ ପଥପ୍ରାନ୍ତ ସଭା

176

ନୟାଗଡ/୨୮/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ପଂଚୁଦୋଳ ପଡିଆରେ ଥିବା ରଘୁ-ଦିବାକର ମଣ୍ଡପରେ ସିଟୁ ତରଫରୁ ଏକ ପଥପ୍ରାନ୍ତ ସଭା ଡିସେମ୍ବର ୨୮ ତାରିଖରେ ହୋଇଥିବା ଜଣା ପଡିଛି। କେନ୍ଦ୍ର ସରକାରଙ୍କର ଶ୍ରମିକ ମାରଣ ନୀତିକୁ ବିରୋଧ କରି ଏହି ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା। ସୁରେଶ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଏହି ସଭା ଆୟୋଜନ ହୋଇଥିଲା। ସିଟୁ ସହ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଯେଉଁ ଭାରତ ବନ୍ଦ ଡାକରା ଦେଇଛି ସେହି ଡାକରାକୁ ସଫଳ କରିବା ପାଇଁ ଏହି ପଥପ୍ରାନ୍ତ ସଭା କରାଯାଇଥିଲା ବୋଲି ସୁରେଶ ଚନ୍ଦ୍ର ସ୍ୱାଇଁ କୁହନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଜାତି, ଧର୍ମ, ବର୍ଣ୍ଣ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ କରୁଥିବା ଉଦ୍ୟମକୁ ତୀବ୍ର ବିରୋଧ କରାଯାଇଥିଲା। କେନ୍ଦ୍ର ସରକାରଙ୍କର ଚରମ ବିଫଳତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଶ୍ରମିକ ନେତା ଦୁଷ୍ମନ୍ତ ଦାସ, କୃଷକ ନେତା ଜଗନ୍ନାଥ ମିଶ୍ର, ଶରତ ବେହେରା, ନିତ୍ୟାନନ୍ଦ ପରିଡା, ହରିଶ୍‌ଚନ୍ଦ୍ର ମିଶ୍ର, ବିଶ୍ୱନାଥ ମହାପାତ, ଶୁସୀଲ୍ ମହାନ୍ତି, ଗଦାଧର ପ୍ରଧାନ, ସଂଯୁକ୍ତା ସେଠୀ ପ୍ରମୁଖ ବହୁନେତା ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଆଗାମୀ ଜାନୁଆରୀ ୮ ତାରିଖ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.