Home ଓଡ଼ିଶା ରଣପୁର ତହସିଲ୍ ଓ ଚାନ୍ଦପୁର ଥାନା ମିଳିତ ଚଢାଉ ୪ ଟ୍ରକ୍ ଜବତ

ରଣପୁର ତହସିଲ୍ ଓ ଚାନ୍ଦପୁର ଥାନା ମିଳିତ ଚଢାଉ ୪ ଟ୍ରକ୍ ଜବତ

63

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୮-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ଦେଇ ପ୍ରତିଦିନ ଶହ ଶହ ଟ୍ରକ୍ ଚୋରା ମେଣ୍ଟାଲ ଚାଲାଣ ହୋଇଥାଏ । ଚାନ୍ଦପୁର ଥାନା ଇନିସ୍‌ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଓ ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ ଅଗଷ୍ଟ ୧୭ ତାରିଖ ଅପରାହ୍ନରେ ୧୬ନଂ ଜାତୀୟ ରାଜପଥ କଟକ ସହର ଛକଠାରେ ମିଳିତ ଚଢାଉ କରିଥିଲେ ।

ଫଳରେ ବେଆଇନ୍ ଭାବେ ଚାଲାଣ ହେଉଥିବା ମେଣ୍ଟାଲ ୪ଗୋଟି ଟ୍ରକ୍ କୁ ଜବତ କରିଥିବା ଜଣା ପଡିଛି । ଜବତ ଟ୍ରକ୍ ଗୁଡିକୁ ଚାନ୍ଦପୁର ଥାନା ପିରସର ରେ ରଖାଯାଇଛି । ତହସିଲ୍‌ଦାର କାଗଜପତ୍ର ଯାଂଚ କରି ଫାଇନ ଆଦାୟ ପାଇଁ ନିଷ୍ପତି ନେଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.