Home ଓଡ଼ିଶା ରଣପୁର ତହସିଲଦାର ଙ୍କ ଦ୍ୱାରା ଚଢାଉ ଯୋରଦାର … ...

ରଣପୁର ତହସିଲଦାର ଙ୍କ ଦ୍ୱାରା ଚଢାଉ ଯୋରଦାର … ୨ ପଥର ବୋଝେଇ ହାଇୱା ଜବତ

66

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୧୧- ନୟାଗଡ ଜିଲ୍ଲା ରଣପୁର ତହସିଲ ଲୋଧାଚୁଆ ରାଜସ୍ୱ ମଣ୍ଡଳ କୋଇଲମା ଓ କୋଟଗଡ ଅଂଚଳ ରେ ପଥର କୁଆଁରି ଗୁଡିକରେ  ବେଆଇନ ପଥର ବିସ୍ପୋରଣ କୁ  ଜନସାଧାରଣ ବିରୋଧ କରି ଆସୁଛନ୍ତି । ତା ସହିତ ବେଆଇନ ପଥର ଚାଲାଣ ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଉଦବେଗ ପ୍ରକାଶ କରି ରାତ୍ରୀକାଳିନ ଚୋରା ଚାଲାଣ କୁ କଡା ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।


ତେଣୁ ରଣପୁର ତହସିଲଦାର ଯୁଗଳ ମିଶ୍ର ରାତ୍ରୀକାଳିନ ପଇଁତରା କୁ ଯୋରଦାର କରିଛନ୍ତି ।  ଗତ ନଭେମ୍ବର ୨୪ ତାରିଖ ରାତ୍ରୀକାଳିନ ପଇଁତରା ସମୟରେ ୨ଗୋଟି ପଥର ବୋଝେଇ ହାଇୱା ଗାଡିକୁ ଜବତ କରିଥିବା ଜଣାପଡିଛି । ଗାଡି ଗୁଡିକର କାଗଜ ପତ୍ର ଯାଞ୍ଚ ଚାଲିଛି । ତହସିଲଦାର ଙ୍କ ଏହି ରାତ୍ରୀକାଳିନ ଚଢାଉ ରେ ଚୋରା ପଥର ଚାଲାଣକାରୀ ମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.