Home ଓଡ଼ିଶା ରଣପୁର ଗ୍ରାମ ରୋଜଗାର ସେବକ ସଂଘର ସାମ୍ବାଦିକ ସମ୍ମିଳନୀ

ରଣପୁର ଗ୍ରାମ ରୋଜଗାର ସେବକ ସଂଘର ସାମ୍ବାଦିକ ସମ୍ମିଳନୀ

448

ନୟାଗଡ/୧୧/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଗ୍ରାମ ରୋଜଗାର ସେବକ ସଙ୍ଘର ସାମ୍ବାଦିକ ସମ୍ମିଳନୀ ଡିସେମ୍ବର ୧୧ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି। ସଂଘର ସଭାପତି ଲକ୍ଷ୍ମୀଧର ଜେନା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ସେମାନଙ୍କ ଧାରଣା ତୃତୀୟ ଦିନରେ ପହଁଚିଥିବା ଜଣା ପଡିଛି। ବ୍ଲକ୍ ର ୩୭ ଗୋଟି ଗ୍ରାମ ପଂଚାୟତର ଗ୍ରମ ରୋଜଗାର ସେବକମାନେ ଡିସେମ୍ବର ୯ ତାରିଖରୁ ରଣପୁର ବ୍ଲକ୍ ଆଗରେ ଧାରଣାରେ ବସିଥିବା ଜଣା ପଡିଛି। ରଣପୁର ବିଡିଓ ରଶ୍ମିରେଖା ଦାସ ସେମାନଙ୍କ ଦାବି ସମ୍ପର୍କେ ବିଚାର ନକରି ୪ଜଣ ଜି.ଆର.ଏସ୍ ଙ୍କୁ ଡାକି ଧାରଣାରୁ ଉଠିଯିବା ପାଇଁ କହିଥିଲେ। ଧାରଣାରୁ ନ ଉଠିବାରୁ ଜି.ଆର.ଏସ୍ ସଙ୍ଘ ବିରୁଦ୍ଧରେ ନୟାଗଡ ପ୍ରକଳ୍ପ ନିର୍ଦ୍ଧେଶକ ଓ ଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଜଣାଇଥିବା ଜଣା ପଡିଛି। ତେଣୁ ଜି.ଆର.ଏସ୍ ସଙ୍ଘର ସଭାପତି ଲକ୍ଷ୍ମୀଧର ଜେନାଙ୍କ ନେତୃତ୍ୱରେ ଡିସେମ୍ବର ୧୧ ତାରିଖରେ ଏକ ପ୍ରେସ୍ ମିଟ୍ ଡକାଯାଇଥିଲା ପ୍ରେସ୍‌ମିଟ୍ ସୂଚନା ଅନୁଯାୟୀ ସମସ୍ତ ଜି.ଆର.ଏସ୍ ମାନେ ନଭେମ୍ବର ୧୩ ତାରିଖରେ ସେମାନଙ୍କ ବକେୟା ପ୍ରାପ୍ୟ ପାଇଁ ରଣପୁର ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ତାହାର ଅବିକଳ ନକଲ ନୟାଗଡ ପ୍ରକଳ୍ପ ନିର୍ଦ୍ଧେଶକ ଓ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ। ଦିଆଯାଇଥିବା ଦାବି ଗୁଡିକ ନଭେମ୍ବର ୨୫ ତାରିଖ ସୁଦ୍ଧା ପୁରଣ କରାନଗଲେ ନଭେମ୍ବର ୨୫ ତାରିଖରୁ ଧାରଣାରେ ବସିବେ ବୋଲି ଲିଖିତ ଭାବେ ଜଣାଇଥିଲେ। ରଣପୁର ବିଡିଓ ଦାବି ପୁରଣ କରାଯିବ ବୋଲି ପ୍ରତିଶୃତି ଦେଇ ଚାଲିଥିଲେ। ସେମାନଙ୍କ ବକେୟା ପ୍ରାପ୍ୟ ନଦେବାରୁ ପରିବାର ଚଳାଇବା ଓ ପିଲାମାନଙ୍କୁ ପାଠ ପଢାଇବା ରେ କଷ୍ଟ ଅନୁଭବ କରି ଡିସେମ୍ବର ୯ ତାରିଖରୁ ଧାରଣାରେ ବସିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏ ସମ୍ପର୍କେ ରଣପୁର ବିଡିଓ ରଶ୍ମିରେଖା ଦାସଙ୍କ ସହ ଯୋଗା ଯୋଗ କରିବାରେ ପ୍ରଥମେ ଗଣମାଧ୍ୟମକୁ ସୂଚନା ଦେବାକୁ ଏଡାଇ ଯାଇଥିଲେ। କିନ୍ତୁ ପରେପରେ ଜି.ଆର.ଏସ୍ ମାନଙ୍କର ପ୍ରାପ୍ୟ ଅର୍ଥ ବାକିଥିବା ଘଟଣାକୁ ସ୍ୱୀକାର କରିଥିଲେ, କହିଥିଲେଯେ ୪ବର୍ଷ ହେଲା ପ୍ରାପ୍ୟ ନପାଇ ଜି.ଆର.ଏସ୍ ମାନେ ଚୁପ୍ ରହିଥିଲେ କାହିଁକି ଏବଂ ସେମାନେ ଯେଉଁ କଣ୍ଟିଜେନ୍ସି ଅର୍ଥରୁ ସେମାନଙ୍କ ପ୍ରାପ୍ୟ ପାଇଥାନ୍ତି ତାହା ଏବେ ନାହିଁ, ପୁର୍ବରୁ ଯାହା ଆସିଥିଲା ତାହା ଅନ୍ୟ ବାଟରେ ଦିଆ ସରିଛି। ମୁଁ ଗତ ମାର୍ଚ୍ଚ ମାସରୁ ରଣପୁରରେ ଯୋଗ ଦେଲାପରଠାରୁ କଣ୍ଟିଜେନ୍ସି ଅର୍ଥ ଆସିନାହିଁ।ନୟାଗଡ ପ୍ରକଳ୍ପ ନିର୍ଦ୍ଧେଶକଙ୍କ ଅଫିସ୍ କୁ ଅର୍ଥ ପ୍ରଦାନ ପାଇଁ ଲେଖାଯାଇଅଛି। ଅର୍ଥ ଆସିଲେ ଜି.ଆର.ଏସ୍ ମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରାଯିବ। ବିଡିଓଙ୍କର ଏହି ପ୍ରତିଶୃତିକୁ ଜି.ଆର.ଏସ୍ ମାନେ ବିଶ୍ୱାସ କରିପାରୁନଥିବା କହିଛନ୍ତି। କାରଣ ପୁର୍ବରୁ ଏହିଭଳି ପ୍ରତିଶୃତି ପ୍ରତାରଣାରେ ପରିପୁର୍ଣ୍ଣ ହୋଇଅଛି। ଏହିଭଳି ପରିସ୍ଥିତିରେ ଗ୍ରାମ ରୋଜଗାର ସେବକ ମାନଙ୍କ ଦ୍ୱାରା ହେଉଥିବା କାର୍ଯ୍ୟ ବନ୍ଦ ହୋଇଯାଇଅଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ପାଇଁ ଗ୍ରାମ ରୋଜଗାର ସେବକ ସଙ୍ଘ ପ୍ରେସ୍ ମିଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.