Home ଓଡ଼ିଶା ରଣପୁର ଗାଁ ଗାଁ ରେ ନାକାବନ୍ଦୀ………………. ବିଦେଶରୁ ଆସିଥିବା ସ୍ୱାମୀ ଓ ସ୍ତ୍ରୀଙ୍କ ସ୍ୱାପ୍ ନମୁନା...

ରଣପୁର ଗାଁ ଗାଁ ରେ ନାକାବନ୍ଦୀ………………. ବିଦେଶରୁ ଆସିଥିବା ସ୍ୱାମୀ ଓ ସ୍ତ୍ରୀଙ୍କ ସ୍ୱାପ୍ ନମୁନା ପଠାଗଲା

468

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୯/୦୩-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଗାଁ ଗାଁ ରେ କରୋନା ସଚେତନ ପାଇଁ ନାକାବନ୍ଦୀ କରି ଗ୍ରାମବାସୀମାନେ ବାହାରୁ ଆସୁଥିବା ଲୋକମାନଙ୍କୁ ହାତ ଗୋଡ ମୁହଁ ଧୋଇ ଗାଁକୁ ଛାଡୁଛନ୍ତି କିନ୍ତୁ ଏହି ସମୟରେ ଚାନ୍ଦପୁରଠାରେ ଥିବା ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସ ଖୋଲାଯାଇଥିବା କରୋନା ୱାର୍ଡରେ ମାର୍ଚ୍ଚ ୨୯ତାରିଖ ଦିନ ନେପାଳ କାଠମାଣ୍ଡୁରୁ ଆସିଥିବା ଏକ ଦମ୍ପତିଙ୍କର ନମୁନା ଭୁବନେଶ୍ୱର ପଠାଗଲା । ସରକାରଙ୍କ ଆଡଭାଇଜରୀ ଅନୁସାରେ ଯେଉଁ ବ୍ୟକ୍ତିମାନେ ବିଦେଶରୁ ଆସୁଛନ୍ତି ସମସ୍ତଙ୍କର ନମୁନା ସଂଗ୍ରହ କରି ଟେଷ୍ଟ କରିବା ପାଇଁ ନିର୍ଦ୍ଧେଶ ରହିଅଛି । ନିର୍ଦ୍ଧେଶ ଅନୁଯାୟୀ ରଣପୁୁରର ଏକ ଦମ୍ପତି ନେପାଳ କାଠମାଣ୍ଡୁରୁ ଖୁବ୍ ନିକଟରେ ଆସିଥିଲେ । ତେଣୁ ସହି ସ୍ୱାମୀ ସ୍ତ୍ରୀଙ୍କର ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସରେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ଜଣା ପଡିଛି ।

ଏହି ସଂଗ୍ରହ ସମୟରେ ଭୁବନେଶ୍ୱରର ଓୟୁଏଟି ର ୫ଜଣ ଛାତ୍ର ଆସିଥିଲେ । ସ୍ୱାପ୍ ନମୁନା କିପରି ସଂଗ୍ରହ କରାଯାଏ ତାହା ଡେମୋ କରାଯାଇଥିଲା । ଫୁଲବାଣୀରୁ ଜଣେ ଟେକେନସିଆନ୍ ଆସିଥିବା ବେଳେ ନୟାଗଡ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଓ କାନ, ନାକ ଓ ଦନ୍ତ ବିଶେଷଜ୍ଞ ନୟାଗଡରୁ ଆସି ଉପସ୍ଥିତ ରହିଥିଲେ । ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସ ସୁପରିଟେଣ୍ଡେଟ୍ ବି.ସୁରୟ ରାଓଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ନେପାଳ କାଠମାଣ୍ଡୁରୁ ନିକଟରେ ଆସିଥିବା ରଣପୁରର ୨ଜଣ ସ୍ୱାମୀ ସ୍ତ୍ରୀଙ୍କର ନମୁନା ସଂଗ୍ରହ କରି ଭୁବନେଶ୍ୱର ଲାବରେଟାରୀକୁ ପଠାଯାଇଅଛି । ଉଭୟ ସ୍ୱାମୀ ସ୍ତ୍ରୀଙ୍କର ଜ୍ୱର, କାଶ ଆଦି କିଛି ନଥିଲା ବେଳେ କେବଳ ସରକାରୀ ନିୟମ ଅନୁଯାୟୀ ସମସ୍ତ ସୁରକ୍ଷିତ ପଦ୍ଧତି ଅନୁଯାୟୀ ନମୁନା ସଂଗ୍ରହ କରାଯାଇଅଛି । ପରୀକ୍ଷା ରିପୋର୍ଟ ଆସିଲା ପରେ ଯାହା ଜଣାପଡିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.