Home ଜିଲ୍ଲା ପରିକ୍ରମା ରଣପୁର କଲେଜ ରାସ୍ତା ପାଲଟିଛି ମରଣଯନ୍ତା

ରଣପୁର କଲେଜ ରାସ୍ତା ପାଲଟିଛି ମରଣଯନ୍ତା

122

ନୟାଗଡ଼ ୧୧/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ସହରାଞ୍ଚଳ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀ ଙ୍କ ଅଣଦେଖା ଯୋଗୁଁ ଅନେକ ରାସ୍ତା ମରଣଜନ୍ତା ପାଲଟିଛି। ପ୍ରତିଦିନ ଛୋଟବଡ ଦୁର୍ଘଟଣା ଦେଖିବାକୁ ମିଳୁଛି। ସେଭଳି ରାସ୍ତା ରହିଛି ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ରେ। ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ମହାବିଦ୍ୟାଳୟ ରାସ୍ତାର ପାମ୍ପଡା ଛକ ଠାରେ ସିମେଣ୍ଟ କଂକ୍ରିଟ ରାସ୍ତା ଏପରି ହୋଇଛି ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟି ମରଣଜନ୍ତା ପାଲଟିଛି। ଏହି ମହାବିଦ୍ୟାଳୟ ରାସ୍ତା ରଣପୁର ଚାନ୍ଦପୁର ପୁର୍ତ୍ତ ରାସ୍ତା କୁ ପାମ୍ପଡା ଛକ ଠାରେ ସଂଯୋଗ କରିଅଛି। ଏହି ଛକ ରାସ୍ତା ନିକଟରେ ପାମ୍ପଡା ପ୍ରାଥମିକ ବିଦ୍ୟାଳୟ ରହିଅଛି। ପ୍ରତିଦିନ କୁନି କୁନି ପିଲାମାନେ ଏହି ରାସ୍ତାରେ ଯାତାୟତ ସମୟରେ କଂକ୍ରିଟ ରାସ୍ତାରେ ପଡି ଆହାତ ହୋଇଥାନ୍ତି। ରଣପୁର ମହାବିଦ୍ୟାଳୟ କୁ ଏହି ଛକ ଦେଇ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ଓ ଗୋପାଳପୁର ଅଂଚଳରୁ ଭୁବନେଶ୍ୱରକୁ ଯାନବାହାନ ଯାତାୟତ କରିଥାଏ।

ରାସ୍ତା ମରଣଜନ୍ତା ପାଲଟିବା ଯୋଗୁଁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟିଥାଏ। ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ଙ୍କ ସହ ଯୋଗାଯୋଗ କରିବାରେ ତାଙ୍କ ମୋବାଇଲ ବନ୍ଦଥିଲା। ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ମୁନିସପାଲ ଯନ୍ତ୍ରୀ ବାଇଧର ରାଉତ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ମୁଁ କାଲି ସେହି ରାସ୍ତାକୁ ଯାଇ ଦେଖିବା ପରେ ଯାହା ପଦକ୍ଷେପ ନିଆଯିବ। ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ୍ ମହାନ୍ତି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ସେହି ରାସ୍ତା ପୁର୍ନଉଦ୍ଧାର ପାଇଁ ଅର୍ଥ ଆସିଛି କିନ୍ତୁ କାର୍ଯ୍ୟକାରୀ ହୋଇନାହିଁ। ବର୍ତ୍ତମାନ ଖୁବଶୀଘ୍ର ସାମୟିକ ଭାବେ ମରାମତି କରାଯିବ। ସେହିଭଳି ଭାବରେ ରଣପୁର ଜଗନ୍ନାଥ ମନ୍ଦିର ସାମ୍ନା ମୁଖ୍ୟ ବଜାର ରାସ୍ତା ଓ ରଣପୁର ବନ ବିଭାଗ ଅଫିସ ସାମ୍ନା ରାସ୍ତା ଯାତାୟତ ରେ ବାଧକ ସୃଷ୍ଟି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.