Home ଓଡ଼ିଶା ରଣପୁର ଏନ୍ ଏ ସି ଅଧକ୍ଷା ପାଇଁ ୪ ପ୍ରାର୍ଥୀନୀଙ୍କ ଘମାଘୋଟ ଲଢେଇ ହେବ

ରଣପୁର ଏନ୍ ଏ ସି ଅଧକ୍ଷା ପାଇଁ ୪ ପ୍ରାର୍ଥୀନୀଙ୍କ ଘମାଘୋଟ ଲଢେଇ ହେବ

63

ନୟାଗଡ ୦୭/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ପୈାର ନିର୍ବାଚନ ଏକ ରୋଚକ ମୋଡରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଥିବା ଜଣାପଡିଛି। ୧୫ ଗୋଟି କାଉନସିଲ କୁ ନେଇ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ। ଚେୟାରମ୍ୟାନ ପଦବୀ ପାଇଁ ସାଧାରଣ ମହିଳା ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିଲା। ଶାସକ ବିଜୁ ଜନତା ଦଳରୁ ରଙ୍ଗିନ୍ ମହାନ୍ତି ଚେୟାରମ୍ୟାନ ପାଇଁ, ବିରୋଧି ଭାରତୀୟ ଜାତୀୟ କଂଗ୍ରେସ ସୂଚିତ୍ରା ମତ୍ତା, ଭାରତୀୟ ଜନତା ପାର୍ଟିରୁ ସୁପ୍ରିୟା ମହାପାତ୍ର ଓ ବିଜୁ ଜନତା ଦଳରୁ ଟିକେଟ ନପାଇ ଅସନ୍ତୁଷ୍ଟ ଭାବେ ମଧୁସ୍ମିତା ପ୍ରହରାଜ ଚେୟାରମ୍ୟାନ ପାଇଁ ଶେଷଦିନ ସୁଦ୍ଧା କାଉନସିଲ ର ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି।

ସେହିଭଳି ଭାବରେ କାଉନସିଲର ପଦବୀ ପାଇଁ ବିଜୁ ଜନତା ଦଳରୁ ୧୫, ଭାରତୀୟ ଜନତା ପାର୍ଟିରୁ ୧୫, ଭାରତୀୟ ଜାତୀୟ କଂଗ୍ରେସ ରୁ ୨ ନଂ ୱାର୍ଡ ଓ ୩ ନଂ ୱାର୍ଡକୁ ଛାଡି ୧୩ ଜଣ ଶେଷ ଦିନ ସୁଦ୍ଧା ନାମାଙ୍କନ ପତ୍ର ଓ ସ୍ୱାଧିନ ଭାବେ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ଆସନ୍ତା ମାର୍ଚ୍ଚ ୯ ତାରିଖ ସ୍କୁଟିନ୍ ପରେ କେତେ ପ୍ରାର୍ଥୀନୀ ରହିବେ ତାହା ଜଣାପଡିବ। ୩ ଦଳ ଭିତରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେବ ବୋଲି ଆଲୋଚନା ହେଉଥିବା ବେଳେ ସ୍ୱାଧିନ ପ୍ରାର୍ଥୀ ଓ ଦଳରୁ ଟିକେଟ ନପାଇ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ଆଲୋଚନା ହେଉଛି। ନିର୍ବାଚନ ଅଧିକାରୀ ଯୁଗଳ କିଶୋର ମିଶ୍ରଙ୍କ ତତ୍ୱାବଧାନରେ ଶାନ୍ତିପୁର୍ଣ୍ଣ ଭାବରେ ନାମାଙ୍କନ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.