Home ଜିଲ୍ଲା ପରିକ୍ରମା ରଣପୁର ଅବକାରୀ ଥାନା ଓ ଚାନ୍ଦପୁର ଥାନାର ପୃଥକ ଚଢାଉ, ଚୋରା ମଦ ବିକ୍ରି ଅଭିଯୋଗରେ...

ରଣପୁର ଅବକାରୀ ଥାନା ଓ ଚାନ୍ଦପୁର ଥାନାର ପୃଥକ ଚଢାଉ, ଚୋରା ମଦ ବିକ୍ରି ଅଭିଯୋଗରେ ୫ ଅଭିଯୁକ୍ତ ଅଦାଲତ ଚାଲାଣ

16

ନୟାଗଡ଼ ୨୮/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଓ ରଣପୁର ଅବକାରୀ ଥାନା ଚୋରା ମଦ ବିକ୍ରୟ ବନ୍ଦ କରିବା ପାଇଁ ପୃଥକ ପୃଥକ ଚଢାଉ ଜାରି ରଖିଥିବା ଜଣାପଡିଛି। ଚାନ୍ଦପୁର ଥାନା ନିରୀକ୍ଷକ ମୁକେଶ କୁମାର ବେହେରାଙ୍କ ନିର୍ଦ୍ଦେଶରେ ଥାନା ଉପ ନିରୀକ୍ଷକ ପୁରୁଷୋତ୍ତମ ପ୍ରଧାନ ଓ ପ୍ରୋବେସନ ଉପନିରୀକ୍ଷକ ସିଦ୍ଧାନ୍ତ ରଞ୍ଜନ ଜାଲି ଗତ ୨୭ ତାରିଖ ସଂନ୍ଧ୍ୟାରେ ମୟୁରଝାଲିଆରେ ଚଢାଉ କରିଥିଲେ। ଚଢାଉରେ ମୟୁରଝାଲିଆ ଦୋଳମଣ୍ଡପ ସାହିର ପ୍ରମୋଦ ପ୍ରଧାନଙ୍କ ପୁଅ ରେଡି ପ୍ରଧାନ (୨୯) କୁ ଚୋରା ଦେଶୀ ମଦ ବିକ୍ରି ଅଭିଯୋଗରେ ଗିରଫ କରିବା ସହ ୧୦ ଲିଟର ହାତରନ୍ଧା ମଦ ଜବତ କରିଥିଲେ ଓ ପ୍ରଫୁଲ୍ଲ ପ୍ରଧାନଙ୍କ ପୁଅ ପ୍ରଶାନ୍ତ ପ୍ରଧାନ (୩୪) କୁ ଗିରଫ କରିବା ସହ ୧୦ ଲିଟର ହାତରନ୍ଧା ଦେଶୀମଦ ଜବତ କରିଥିଲେ।

ସେହିଭଳି ଭାବରେ ରଣପୁର ଅବକାରୀ ଥାନା ତରଫରୁ ରାଜଜଙ୍କିଆ ଗ୍ରାମରେ ଚଢାଉ କରି ମଦ ବିକ୍ରି ଅଭିଯୋଗରେ ଅଶୋକ କୁମାର ସ୍ୱାଇଁ (୪୧) କୁ ଗିରଫ କରିବା ସହ ୬ ଲିଟର ୪୦୦ ଗ୍ରାମ ଦେଶୀମଦ ଜବତ କରିଥିଲେ। ଖଣ୍ଡିଆବନ୍ଧ ଗ୍ରାମରେ ଚଢାଉ କରି ମଦ ବିକ୍ରି ଅଭିଯୋଗରେ ଦାଶରଥି ପାଇକରାୟ (୬୪) କୁ ଗିରଫ କରିବା ସହ ୧୦ ଲିଟର ହାତରନ୍ଧା ଦେଶୀମଦ ଜବତ କରିଥିଲେ। ଚମ୍ପାପେଡି ଗ୍ରାମରେ ଚଢାଉ କରି ଦେଶୀମଦ ବିକ୍ରି ଅଭିଯୋଗରେ ପବିତ୍ର ପାଇକରାୟ (୪୧) କୁ ଗିରଫ କରିବା ସହ ୧୨ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିଥିଲେ। ଅବକାରୀ ଥାନାର ଉପ ନିରୀକ୍ଷକ ଶୁଶାନ୍ତ କୁମାର ମହାପାତ୍ର, ଅତିରିକ୍ତ ଉପ ନିରୀକ୍ଷକ ସୁବାଷ ଚନ୍ଦ୍ର ସେଠୀ, କନେଷ୍ଟବଳ ଲକ୍ଷ୍ମୀଧର ବେହେରା, ମିତା ନାୟକ, ପ୍ରଦିପ୍ତ ନାୟକ ଓ ଅବନି ସା ଅବକାରୀ ଥାନା ଚଢାଉରେ ସାମିଲଥିଲେ। ଚାନ୍ଦପୁର ଥାନା ଓ ରଣପୁର ଅବକାରୀ ଥାନା ତରଫରୁ ଅଭିଯୁକ୍ତ ମାନଙ୍କୁ ରଣପୁର ଅଦାଲତକୁ ଚାଲାଣ କରାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.