Home ଓଡ଼ିଶା ରଣପୁର ଅଂଚଳରେ ରୁଆ ଧାନବିଲ ଶୁଖିଲା ପଡିଛି ବର୍ଷାର ଘୋର ଅଭାବ

ରଣପୁର ଅଂଚଳରେ ରୁଆ ଧାନବିଲ ଶୁଖିଲା ପଡିଛି ବର୍ଷାର ଘୋର ଅଭାବ

105

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୭-କୋଭିଡ୍ କଟକଣାରେ କୃଷି ଶ୍ରମିକମାନେ ମାନଧନ୍ଦା ହରାଇଛନ୍ତି । ଆଶା କରିଥିଲେ ଚଳିତ ବର୍ଷ ଭଲ ବର୍ଷା ହେବ । ଧାନ ଖେତରୁ ଭଲ ଧାନ ଅମଳ ହେବ । ମହାମାରୀ କରୋନା ସାଙ୍ଗକୁ ଦାଉ ସାଧୁଛି ପ୍ରକୃତି । ସାମାନ୍ୟ ବର୍ଷାରେ କିଛି ଚାଷୀ ଧାନବିଲରେ ତଳି ରୋଇଥିଲେ । ବର୍ଷା ଅଭାବରୁ ଧାନବିଲ ଫାଟି ଶୁଖିଯାଇଥିବା ଜଣା ପଡିଛି । ବହୁଚାଷୀ ଧାନ ରୁଆ କାମ ଆରମ୍ଭ କରିନାହାନ୍ତି । ବର୍ଷା ଅଭାବ ସେମାନଙ୍କ ହାତ ବାନ୍ଧି ଦେଇଛି । ତଳି କିଆରିରେ ଧାନ ବୁଢା ହୋଇ ମରିବାକୁ ଲାଗିଲାଣି ।

ଶ୍ରାବଣ ଶେଷ ହେବାକୁ ବସିଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ତାରିଖ ମଧ୍ୟ ଶେଷ ହେବାକୁ ବସିଛି । ଜୁଲାଇ ୩୧ ତାରିଖ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନା ପାଇଁ ଶେଷ ତାରିଖ । ଚାଷୀ ହାତରେ ଆଉ ସମୟ ନାହିଁ । ତେଣୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ତାରିଖ ବୃଦ୍ଧି କରିବା ପାଇଁ ଚାଷୀମାନେ ଅନୁରୋଧ କରିଛନ୍ତି । କାରଣ ବ୍ୟାଙ୍କରୁ ଋଣ ଆଣିଥିବା ଚାଷୀମାନଙ୍କର ବୀମା ବ୍ୟାଙ୍କ କରିଦେଇଛି । କିନ୍ତୁ ଅଣ ଋଣୀ ଚାଷୀମାନେ ଯେଉଁମାନେ ହାତ ଉଦ୍ଧାରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରୁ ଋଣ ଆଣି ଜମିରେ ଖତ ଲଗାଇ ପ୍ରସ୍ତୁତି କରି ତଳି ପକାଇ ବର୍ଷାକୁ ଚାହିଁ ରହିଛନ୍ତି ସେମାନେ ବୀମା ଯୋଜନାରୁ ବଂଚିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.