Home ଓଡ଼ିଶା ରଣପୁର ଅଂଚଳରେ ପ୍ରବଳ ଜାଡ ଜନ ଜୀବନ ହନ୍ତସନ୍ତ

ରଣପୁର ଅଂଚଳରେ ପ୍ରବଳ ଜାଡ ଜନ ଜୀବନ ହନ୍ତସନ୍ତ

47

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୧୨- ନୟାଗଡ ଜିଲ୍ଲା ର ରଣପୁର ଅଂଚଳ ଏକ ନାତିଶୀତୋଷ୍ମ ଅଂଚଳ ଭାବେ ପରିଚିତ । ରଣପୁର ଚିଲିକା ଠାରୁ ବାୟୁ ମଣ୍ଡଳର ପ୍ରାୟ ୧୪ କିଲୋ ମିଟର ଦୂରରେ ଅବସ୍ଥିତ । ଯାହାଫଳରେ ଖରାଦିନେ ଅଧିକ ଗରମ ଅନୁଭୁତ ହୁଏନାହିଁ କି ଶୀତ ଦିନେ ବେଶି ଶୀତ ଅନୁଭୁତ ହୁଏନାହିଁ । ଜଳବାୟୁ ପ୍ରାୟତଃ ସମଭାବାପର୍ଣ୍ଣ ରହିଥାଏ । କିନ୍ତୁ ଚଳିତ ବର୍ଷ ଅଦିନିଆ ବର୍ଷା ପରେ ତାପମାତ୍ର ରାତି ବେଳକୁ ଏତେ ମାତ୍ରାରେ କମି ଯାଉଛି ଯାହାଫଳରେ ଗରିବ ନିରୀହ ଖଟିଖିଆ ଲୋକମାନେ ରାତିସାରା ଜାଡରେ ଥରଥର ହେଉଥିବା ଦେଖିବାକୁ ମିଳୁଛି ।

ରାତିଜାକ ନିଆଁଜାଳି ରହିବାକୁ ପଡୁଛି । ଅପରାହ୍ନ ୪ ଟା ପରଠୁ ଜାଡ ଆରମ୍ଭ ହୋଇ ମଧ୍ୟରାତ୍ର ବେଳକୁ ଶୀତର ପ୍ରକୋପ ବଢିଯାଉଛି । ଯାହାଫଳରେ ସକାଳ ୮ ଘଟିକା ପର୍ଯ୍ୟନ୍ତ ଲୋକମାନେ ଘରୁ ବାହାରି ପାରୁନଥିବା ଦେଖିବାକୁ ମିଳୁଛି । ବୃଦ୍ଧ ବୃଦ୍ଧାଙ୍କ ଅବସ୍ଥା କହିଲେ ନସରେ । ପ୍ରତିଦିନ ରାତି ପାହିଲା ବେଳକୁ ଅନେକ ବୃଦ୍ଧ ବୃଦ୍ଧା ଇହଧାମ ତ୍ୟାଗ କଲେଣି । ଦିନେ ଦୁଇଦିନ ଭିତରେ ଜାଡର ପ୍ରକୋପ ନକମିଲେ ଅବସ୍ଥା ଅସମ୍ଭାଳ ହୋଇ ପଡିବ ବୋଲି ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.