Home ଓଡ଼ିଶା ରଣପୁର ଅଂଚଳରେ ଧାନ କଟଣି ଛଟଣିକୁ ନେଇ ଚାଷୀ ଅସନ୍ତୋଷ

ରଣପୁର ଅଂଚଳରେ ଧାନ କଟଣି ଛଟଣିକୁ ନେଇ ଚାଷୀ ଅସନ୍ତୋଷ

32

ନୟାଗଡ ୨୫/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଚଳିତ ବର୍ଷ ଧାନଚାଷ କରୁଥିବା ଚାଷୀ ମାନଙ୍କର ପିଛା ଛାଡୁନି ବିପଦ। ଯାହାଫଳରେ ଚାଷୀମାନେ ଧାନଚାଷରୁ ମୁହଁ ଫେରାଇବା କଥା ଚିନ୍ତା କଲେଣି। ବିଳମ୍ବିତ ବର୍ଷା ସାଙ୍ଗକୁ ଅଦିନିଆ ବର୍ଷା ପରେ ପରେ ଧାନମଣ୍ଡି ଖୋଲିବା ରେ ବିଳମ୍ବ ଏବେ ଧାନକିଣାରେ କଟଣି ଛଟଣି ଧାନଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଯୋଗାଣ ଅଧିକାରୀ ଚନ୍ଦ୍ର ଶେଖର ନାହାକଙ୍କ ସୂଚନା ଅନୁଯାଇ ୧୮ ଗୋଟି ସେବା ସମବାୟ ସମିତିରେ ଧାନମଣ୍ଡି ଆରମ୍ଭ ହୋଇଯାଇଛି। ଧାନ କିଣୁଛି ସେବା ସମବାୟ ସମିତି, ଧାନର ମାନପରୀକ୍ଷଣ କରୁଛି ବାହାଡାଝୋଲା ଆଂଚଳିକ ବାଣିଜିକ ଅନୁଷ୍ଠାନ କିନ୍ତୁ ଧାନ ଉଠାଉଛି ମିଲର। ଚାଷୀ ମାନଙ୍କର ଅଭିଯୋଗ ଏମାନଙ୍କ ମଧ୍ୟରେ ଏକ ଅସାଧୁମେଣ୍ଟ ହୋଇ ଧାନ କୁଣ୍ଟାଲ ପିଛା ୯ ରୁ ୧୦ କିଲୋ କଟଣି କରାଯାଉଛି। ଯାହାଫଳରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଶ ଦେଖାଦେଇଛି।

ଏସର୍ମ୍ପକେ ମିଲର ରାଜେଶ୍ ଇଣ୍ଡଷ୍ଟ୍ରି ର ମାଲିକ ବୁଲା ପାତ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଆମ୍ଭେ ଧାନ କ୍ୟୁଣ୍ଟାଲ ପିଛା ୬୮କେଜି ଚାଉଳ ଦେବାପାଇଁ ଚୁକ୍ତିନାମା ହୋଇଛି। କ୍ୟୁଣ୍ଟାଲ ପିଛା ଧାନଚୂରା ପାଇଁ ଅରୁଆ ୧୦ ଟଙ୍କା, ଉସୁନା ୨୦ ଟଙ୍କା ଧାର୍ଯ୍ୟ ହୋଇଛି। କ୍ୟୁଣ୍ଟାଲ ଧାନ ଚାଉଳ କଲେ ୬୧ ରୁ ୬୨ କିଲୋ ଚାଉଳ ବାହାରୁଛି। ଯାହାଦ୍ୱାରା ଆମ୍ଭେ ମିଲର ମାନେ ୪ ରୁ ୫ କିଲୋ ଚାଉଳ କ୍ଷତି ସହୁଛୁ। ସରକାରଙ୍କ ନିର୍ଦ୍ଧାରିତ ମାନର ଧାନ ମିଳୁନାହିଁ। ସରକାର ପୁର୍ବରୁଥିବା ଶିଥିଳୀକରଣ ଯୋଜନା କାର୍ଯ୍ୟକାରୀ କରିଲେ ମିଲର ମାନେ କ୍ଷତିରୁ ମୁକ୍ତି ପାଇବା ସଙ୍ଗେ ସଙ୍ଗେ ଚାଷିମାନେ କଟଣି ଛଟଣିରୁ ମୁକ୍ତି ପାଇବେ। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.