Home ଓଡ଼ିଶା ରଣପୁରରେ ମୋ ସରକାର ଓ ୫ଟି ଯୋଜନା ପ୍ରଭାବ ଶୁନ୍ୟ

ରଣପୁରରେ ମୋ ସରକାର ଓ ୫ଟି ଯୋଜନା ପ୍ରଭାବ ଶୁନ୍ୟ

431

ନୟାଗଡ/୩୧/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ମୋ ସରକାର ଓ ୫ଟି ଯୋଜନା ପ୍ରଭାବ ଶୁନ୍ୟ ହୋଇ ପଡିଥିବା ଜଣା ପଡିଛି । ଯାହାର କାରଣ ହେଉଛି ରଣପୁର ତହିସଲ୍ ଠାରୁ ଥାନା,ଡାକ୍ତରଖାନା ପର୍ଯ୍ୟନ୍ତ ଅନେକ ସରକାରୀ ପଦବୀ ଖାଲି ହୋଇଯାଇଛି । ରଣପୁର ତହସିଲ୍ ଟି ୯ଗୋଟି ରେଭିନ୍ୟୁ ଇନିସ୍‌ପେକ୍ଟର ସର୍କଲ୍ କୁ ନେଇ ନୟାଗଡ ଜିଲ୍ଲାର ସର୍ବ ବୃହତ୍ ତହିସଲ୍ ଭାବରେ ପରିଚିତ । ଏହି ତହସିଲ୍ ରେ ଚତୁର୍ଥ  ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ତହସିଲ୍‌ଦାର ପର୍ଯ୍ୟନ୍ତ ୭୧ ଗୋଟି ସରକାରୀ ପଦବୀ ରହିଅଛି । କିନ୍ତୁ ବିଗତ ୨୦୧୯ ବର୍ଷରେ ୩୫ଟି ସରକାରୀ ପଦବୀ ଖାଲି ରହିଅଛି । ଏଭଳିକି ଅତିରିକ୍ତ ତହସିଲ୍‌ଦାର ପଦବୀ ମଧ୍ୟ ଖାଲି ପଡିଛି । ୨ଜଣ ଅତିରିକ୍ତ ତହିସଲ୍‌ଦାରଙ୍କୁ ରଣପୁରକୁ ବଦଳି କରି ଅଣାଯାଇଥିଲେ ମଧ୍ୟ ସେମାନେ ଦୀର୍ଘ ଦିନ ହେଲା କାର୍ଯ୍ୟରେ ଯୋଗଦାନ କରୁନାହାନ୍ତି । ଗୋଟେପଟେ କର୍ମଚାରୀ ଅଭାବ ଅନ୍ୟପଟେ ରଣପୁର ତହସିଲ୍ ରେ ନେଟ୍‌ୱାର୍କ ଠିକ୍ ରେ ରହୁନାହିଁ । କହିବାକୁ ଗଲେ ତହସିଲ୍ କାର୍ଯ୍ୟ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି । ରଣପୁର ତହସିଲ୍‌ଦାର ୩ ଗୋଟି ଦାୟିତ୍ୱରେ ଅଛନ୍ତି ୧-ତହସିଲ୍‌ଦାର,୨-ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ,୩-ଦେବତ୍ତୋର ଅଧିକାରୀ । ତେଣୁ ପ୍ରତିଦିନ ତହିସଲ୍ କୁ ଆସୁଥିବା ଲୋକମାନେ ନିରାଶ ହୋଇ ଫେରୁଛନ୍ତି । କାରଣ ତହସିଲ୍‌ଦାରଙ୍କର ଫିଲ୍ଡ କାର୍ଯ୍ୟ ସାଙ୍ଗକୁ ଜିଲ୍ଲା ବୈଠକ ଯୋଗୁଁ ଅଫିସ୍ ରେ ଅନୁପସ୍ଥିତ ରହୁଛନ୍ତି । ତା ପରେ ରଣପୁର ଥାନା କଥା । ରଣପୁର ଥାନା ଏକ ସ୍ପର୍ଶକାତର ଥାନା ଭାବେ ନୟାଗଡ ଜିଲ୍ଲାରେ ପରିଚିତ । ବିଗତ ୨୦୧୯ ବର୍ଷରେ ଗୋଟିଏ ସବ୍ ଇନିସ୍‌ପେକ୍ଟର ପଦବୀ ସାଙ୍ଗକୁ ୩ ଗୋଟି ଏ.ଏସ.ଆଇ ପଦବୀ ଖାଲି ପଡିଛି । ବର୍ଷକୁ ୩୦୦ ପାଖାପାଖି ମାମଲା ରଣପୁର ଥାନାରେ ପଞ୍ôଜକୃତ ହୋଇଥାଏ । ଏଥିସହ ରଣପୁର ଏକ ଅପରାଧ ପ୍ରବଣ ଅଂଚଳ ଭାବରେ ପରିଚିତ । ଏପରିକି୨୦୧୯ ମସିହାରେ ଦର୍ପନାରାୟଣପୁର ଫାଣ୍ଡିରେ ଥିବା ଜଣେ ମାତ୍ର ଏ.ଏସ.ଆଇ ଫାଣ୍ଡିକାର୍ଯ୍ୟ ବନ୍ଦ କରି ରଣପୁର ଥାନାରେ କାର୍ଯ୍ୟ କରୁଛନ୍ତି । ଡାକ୍ତରଖାନା କଥା ନକହିବା ଭଲ  । ୮ଗୋଟି ଡାକ୍ତରୀ ପଦବୀ ଥିବା ବେଳେ କାର୍ଯ୍ୟ କରୁଛନ୍ତି ମାତ୍ର ୪ଜଣ । ସେମାନେ ବି ପାଳିରେ କାର୍ଯ୍ୟ କରନ୍ତି । ସ୍ତ୍ରୀ ଓ ପ୍ରସୁତୀ ଡାକ୍ତର ପଦବୀ ନିହାତି ଆବଶ୍ୟକ ଥିଲାବେଳେ ତାହାବି ଖାଲି ପଡିଛି । ତେଣୁ ସ୍ତ୍ରୀ,ପ୍ରସୂତୀ ଓ ଶିଶୁ ରୋଗୀମାନେ ବିଶେଷ ଅସୁବିଧା ଭୋଗ କରୁଛନ୍ତି । ରାଜ-ସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ଲକ୍ ମେଡିକାଲ ଅଫିସର୍ ପଦବୀଟି ଦୀର୍ଘ ୧୦ ମାସରୁ ଉର୍ଦ୍ଧ୍ୱ ଖାଲି ପଡିଛି । । ଯାହା ଫଳରେ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇବାରେ ଅନେକ ଅସୁବିଧା ସୃଷ୍ଟି ହେଉଛି । ଚାନ୍ଦପୁର ଥାନା କଥା ନକହିବା ଭଲ । ଜାତୀୟ ରାଜପଥ କଡରେ ଥିବା ଏହି ଥାନାରେ ଦୁଃର୍ଘଟଣା ଜନିତ ମାମଲା ସାଙ୍ଗକୁ ଡକାୟତି ଓ ଚୋରା ମାଦକ ଦ୍ରବ୍ୟ କାରବାର ବଢିବାରେ ଲାଗିଛି । ଏଠାରେ ମଧ୍ୟ ସବ୍ ଇନିସ୍‌ପେକ୍ଟର ପଦବୀଟି ଦୀର୍ଘ ମାସ ହେଲା ଖାଲିପଡିଛି । ଖଣ୍ଡପଡାରେ କାର୍ଯ୍ୟରତ ସବ୍ ଇନିସ୍‌ପେକ୍ଟର କାର୍ଯ୍ୟ ଚଳାଉଛନ୍ତି  ା ରଣପୁର ଅଂଚଳରେ ମୋ ସରକାର ଓ ୫ଟି ଯୋଜନାକୁ ସଫଳ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନ ଖାଲି ପଡିଥିବା ସରକାରୀ ପଦବୀ ଗୁଡିକ ୨୦୨୦ ମସିହା ପ୍ରାରମ୍ଭରେ ପୁରଣ କରିବା ପାଇଁ ରଣପୁର ବୁଦ୍ଧିଜିବୀମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.