Home ଓଡ଼ିଶା ରଣପୁରରେ ମନ୍ତ୍ରୀ ଅରୁଣ ସାହୁଙ୍କ ପଥପ୍ରାନ୍ତ ସଭା

ରଣପୁରରେ ମନ୍ତ୍ରୀ ଅରୁଣ ସାହୁଙ୍କ ପଥପ୍ରାନ୍ତ ସଭା

23

ନୟାଗଡ/୨୧/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଖରାତାତି ଯେତେ ଯୋରେ ବଢୁଛି ତାଠାରୁ ଅଧିକ ତାତି ଦେଖିବାକୁ ମିଳୁଛି ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନରେ। ବିଜୁ ଜନତା ଦଳରୁ ରଙ୍ଗୀନ୍ ମହାନ୍ତି ପ୍ରାର୍ଥ, ଜାତୀୟ କଂଗ୍ରେସ ପ୍ରାର୍ଥୀନୀ ସୁଚିତ୍ରା ମତ୍ତା, ଭାରତୀୟ ଜନତା ପାର୍ଟିରୁ ସୁପ୍ରିୟା ମହାପାତ୍ର ଓ ମଧୁସ୍ମିତା ପ୍ରହରାଜ ସ୍ୱାଧିନ ପ୍ରାର୍ଥିଭାବେ ନିର୍ବାଚନ ରଣାଙ୍ଗନରେ। ଏହି ଚର୍ତୁମୁଖି ପ୍ରତିଦ୍ୱନ୍ଦିତାରେ ବିଶେଷତଃ ବିଜୁ ଜନତା ଦଳର ରଙ୍ଗୀନ୍ ମହାନ୍ତି ଓ ସ୍ୱାଧିନ ପ୍ରାର୍ôଥ ମଧୁସ୍ମିତା ପ୍ରହରାଜ ଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ଦେଖିବାକୁ ମିଳୁଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀନୀ ଓ କଂଗ୍ରେସ ପ୍ରାର୍ଥୀନୀ ମଧ୍ୟ ପ୍ରଚାରକୁ ଯୋରଦାର କରିଛନ୍ତି। କିନ୍ତୁ ରଙ୍ଗୀନ୍ ମହାନ୍ତିଙ୍କ ପାଇଁ ଓଡିଶାର ଟାଣୁଆ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ମାର୍ଚ୍ଚ ୨୧ ତାରିଖରେ ପଞ୍ଚୁଦୋଳ ପଡିଆରେ ଏକ ପଥପ୍ରାନ୍ତ ସଭା କରିଥିବା ଜଣାପଡିଛି।

ଏହି ପଥପ୍ରାନ୍ତ ସଭାରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପ୍ରାର୍ôଥନୀ ରଙ୍ଗୀନ୍ ମହାନ୍ତି, ରଣପୁର ନିର୍ବାଚନ ମଣ୍ଡଳୀର ୫ ଜିଲ୍ଲା ପରିଷଦ ସଭ୍ୟ ଓ ସମସ୍ତ ବିଜୁ ଜନତା ଦଳର କାଉନସିଲର ପ୍ରାର୍ôଥନୀ ମାନେ ଯୋଗ ଦେଇଥିଲେ। ମନ୍ତ୍ରୀ ଡ. ଅରୁଣ ସାହୁ ବକ୍ତବ୍ୟରେ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାର ପୁରପଲ୍ଲୀରେ ସମସ୍ତଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିପାରିଛନ୍ତି। ଶଙ୍ଖ ଚିହ୍ନରେ ଭୋଟ ଦେଇ ସମସ୍ତ ଦଳୀୟ ପ୍ରାର୍ôଥଙ୍କୁ ଜିତାଇବାକୁ ନିବେଦନ କରିଥିଲେ। ଏହି ପଥପ୍ରାନ୍ତ ସଭା ରେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦର ୨ ହଜାର ରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.