Home ଓଡ଼ିଶା ରଣପୁରରେ ଭାରତ ବନ୍ଦର ପ୍ରଭାବ

ରଣପୁରରେ ଭାରତ ବନ୍ଦର ପ୍ରଭାବ

89

ନୟାଗଡ଼ ୨୮/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ରଣପୁର କୃଷକ ମୋର୍ଚ୍ଚାର ଆହ୍ୱାନ କ୍ରମେ ଦେଶବ୍ୟାପି ୨ ଦିନିଆ ବନ୍ଦକୁ ପ୍ରଥମ ଦିନରେ ରଣପୁରରେ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ସି ଆଇ ଟି ୟୁ, ଆଇ ଏନ୍ ପି ୟୁ ସି, ଏ ଆଇ ଟି ୟୁ ସି ଓ କୃଷକ ସଭା ନେତୃତ୍ୱରେ ଆଶାକର୍ମୀ, ମଧ୍ୟାହ୍ନ ଭୋଜନ କର୍ମୀ, ଅଙ୍ଗନାବାଡି ସହାୟିକା, ନିର୍ମାଣ ଶ୍ରମିକ, କାଜୁଚାଷୀମାନେ ରଣପୁର ପଞ୍ଚୁଦୋଳ ପଡିଆ ଠାରେ ସକାଳ ୭ ଘଟିକା ଠାରୁ ଦିନ ୧୨ ଘଟିକା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ।

କେନ୍ଦ୍ର ମୋଦି ସରକାରଙ୍କ ଦେଶ ବିରୋଧି ଓ ଜନ ବିରୋଧି କାର୍ଯ୍ୟ ବିରୁଦ୍ଧରେ ନାରାବାଜି କରାଯାଇଥିଲା। ତା’ ପରେ ଏକ ଶୋଭାଯାତ୍ରାରେ ବାହାରି ସମସ୍ତ ଅଫିସ ଓ ବ୍ୟାଙ୍କ ଗୁଡିକୁ ବନ୍ଦ କରିଥିଲେ। ମୋଦି ସରକାରଙ୍କ ଶ୍ରମିକ ବିରୋଧି ୪ ଟି ଶ୍ରମ କୋଡକୁ ବାତିଲ, ଚାଷୀ ଫସଲର ସହାୟକ ମୂଲ୍ୟ ବୃଦ୍ଧି, ଆକାଶ ଛୂଆଁ ଦରବୃଦ୍ଧି ବନ୍ଦ କରିବା ଆଦି ବିଭିନ୍ନ ଦାବି କରାଯାଇଥିଲ। ରଣପୁର ମିଳିତ ମଞ୍ଚର ଆବାହକ ସୁରେଶ ସ୍ୱାଇଁଙ୍କ ନେତୃତ୍ୱରେ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡା, ଧୁଃଶାସନ ଜେନା, ଶ୍ରମିକ କଂଗ୍ରେସର ଆବୁ ବକର ସିଦ୍ଧିକ୍, ସଂଯୁକ୍ତା ସେଠୀ, ଗଦାଧର ପ୍ରଧାନା ଓ ବହୁ ନେତା ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.