Home ଓଡ଼ିଶା ରଣପୁରରେ ଦେଶୀ ବନ୍ଧୁକ କାରଖାନା ଉପରେ ଚଢାଉ ମାଲିକ କୋର୍ଟ ଚାଲାଣ

ରଣପୁରରେ ଦେଶୀ ବନ୍ଧୁକ କାରଖାନା ଉପରେ ଚଢାଉ ମାଲିକ କୋର୍ଟ ଚାଲାଣ

180

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୯/୫-ନୟାଗଡ ଜିଲ୍ଲା ରଣପୁର ସାମୁକା ସାହିର ଏକ ଦେଶୀ ବନ୍ଧୁକ କାରଖାନା ଉପରେ ରଣପୁର ପୋଲିସ୍ ର ଏକ ଚଢାଉ ହୋଇଥିବା ଜଣାପଡିଛି । ସାମୁକା ସାହିରେ ଦୀର୍ଘ ବର୍ଷ ହେଲା ଗୋବିନ୍ଦ ମହାରଣା ଏକ  ଦେଶୀ ବନ୍ଧୁକ କାରଖାନା ଚଳାଇ ଆସୁଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତର କୁ ଦେଶୀ ବନ୍ଧୁକ ଯୋଗାଇ ଆସୁଥିଲେ । ରଣପୁର ଥାନା ଅଧିକାରୀ ରଶ୍ମିରଂଜନ ଦାଶ ବିଶେଷ ସୂତ୍ରରୁ ଖବର ପାଇ  ବନ୍ଧୁକ କାରଖାନା  ଉପରେ ଚଢାଉ କରିଥିଲେ । ଚଢାଉରେ ହାତ ତିଆରି ଦେଶୀ ବନ୍ଧୁକ ସମେତ ଗୁଳି ଓ ବନ୍ଧୁକ ତିଆରି ସରଞାମ ଜବତ କରିଥିବା ଜଣାପଡିଛି ।

କାରଖାନାର ମାଲିକ   ଗୋବିନ୍ଦ ମହାରଣାକୁ ମଧ୍ୟ ଗିରଫ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ  ଚାଲାଣ କରିବା ପରେ ଜାମିନ୍ ନାମଞୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି । ଏହିଠାରୁ ଦେଶୀ ବନ୍ଧୁକ ଚାଲାଣ ହୋଇ ରାଜ୍ୟର ବିଭିନ୍ନ ପ୍ରାନ୍ତର ରେ ଅପରାଧ ସଂଗଠିତ ହେଉଥିଲା । ରଣପୁର ଥାନା ସବ୍‌ଇନିସ୍ପେକ୍ଟର ପ୍ରିତିପ୍ରକାଶ ମହାନ୍ତି ଓ ପ୍ରଦିପ୍ ସାମଲ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.