Home ଓଡ଼ିଶା ରଣପୁରରେ ଜଙ୍ଗଲୀ ହାତୀ ମାତିଲେ…….. ଉଜାଡିଲେ କାଜୁ ବଗିଚା ଚାଷୀ ହତାଶ

ରଣପୁରରେ ଜଙ୍ଗଲୀ ହାତୀ ମାତିଲେ…….. ଉଜାଡିଲେ କାଜୁ ବଗିଚା ଚାଷୀ ହତାଶ

154

ନୟାଗଡ/୦୬/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନାମାନ ଆରମ୍ଭ କରୁଛନ୍ତି । ସେମଧ୍ୟରେ ରହିଛି ଉଦ୍ୟାନ ବିଭାଗର କାଜୁ ବଗିଚା । ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହୋଇ କାଜୁ ବଗିଚା ଉଜାଡିବା ଯୋଗୁଁ ଚାଷୀମାନେ ଧାନ ଫସଲଠାରୁ ଆରମ୍ଭ କରି କାଜୁ ବଗିଚା ସହ  କ୍ଷତି ସହୁଛନ୍ତି ।

ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରଣପୁର ବନାଂଚଳ ମୟୁରଝାଲିଆ ମୌଜାରେ । ମୟୁରଝାଲିଆ ଗ୍ରାମର ସୁରେନ୍ଦ୍ରନାଥ କଳସ ଦେଢଲକ୍ଷ ଟଙ୍କା ବ୍ୟୟରେ ରଣପୁର ଉଦ୍ୟାନ ବିଭାଗ ମାଧ୍ୟମରେ ଏକ ଏକର ୫ ଡିସିମିଲ୍ ଯାଗା ହାଇବ୍ରିଡ୍ କାଜୁ ଲଗାଇଥିଲେ । ଫେବୃୟାରୀ ୬ ତାରିଖ ଭୋର ୫ଟା ସମୟରେ ଏକ ଗୋଟିକିଆ ହାତୀ ଆସି ସମସ୍ତ କାଜୁ ବଗିଚାକୁ ଉଜାଡି ଦେଇଥିବା ଜଣା ପଡିଛି । ଏହାପରେ ଲକ୍ଷାଧିକ ଟଙ୍କା ବ୍ୟୟ କରିଥିବା ଚାଷୀ ସୁରେନ୍ଦ୍ରନାଥ କଳସ ହତାଶ ହୋଇପଡିଥିବା ଜଣା ପଡିଛି । ଏ ସମ୍ପର୍କେ ରଣପୁର ରେଞ୍ଜର ଶରତ ଚନ୍ଦ୍ର ଶତପଥିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଚାଷୀ ଜଣକ କ୍ଷୟକ୍ଷତି ପାଇଁ ଉଦ୍ଧିଷ୍ଟ ଫର୍ମରେ ଆମ୍ଭ ଅଫିସ୍ ରେ ଆବେଦନ କଲେ ଆମ୍ଭ ଫରେଷ୍ଟର ଘଟଣା ସ୍ଥଳକୁ ଯାଇ ଫଟୋ ଉଠାଇ ଆଣିବା ପରେ ସରକାରଙ୍କ ତରଫରୁ ଉଦ୍ଧିଷ୍ଟ ଥିବା କ୍ଷତିର ଅର୍ଥ ପ୍ରଦାନ ପାଇଁ ସୁପାରିଶ କରାଯିବ । ଇତି ମଧ୍ୟରେ ଚାଷୀ ସୁରେନ୍ଦ୍ରନାଥ କଳସ ଉଦ୍ୟାନ ବିଭାଗ ଓ ବନ ବିଭାଗକୁ ଲିଖିତ ଭାବେ ଜଣାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.