Home ଜିଲ୍ଲା ପରିକ୍ରମା ରଣଜିତ ପଞ୍ଚାୟତରେ ୫୦ଲକ୍ଷ ଟଙ୍କାର ଶିଳାନ୍ୟାସ

ରଣଜିତ ପଞ୍ଚାୟତରେ ୫୦ଲକ୍ଷ ଟଙ୍କାର ଶିଳାନ୍ୟାସ

33

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରଣଜିତ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ପ୍ରଖ୍ୟାତ ଶକ୍ତିପୀଠ କୌନ୍ତେଶ୍ୱର ମହାଦେବକୁ ସଂଯୋଗକାରୀ ରାସ୍ତା କଂକ୍ରିଟକରଣ ପ୍ରକଳ୍ପ, ରଣଜିତ ଅଙ୍ଗନୱାଡି କେନ୍ଦ୍ର ପ୍ରକଳ୍ପ, ଛତାବର-ବଳିଘାଇ ପୂର୍ତ୍ତରାସ୍ତାରୁ ମଞ୍ଜୁରୀ ସେବାଶ୍ରମ ବିଦ୍ୟାଳୟ ସଂଯୋଗକାରୀ ରାସ୍ତା କଂକ୍ରିଟକରଣ ପ୍ରକଳ୍ପ, ସିମୁଳିଆ ଗ୍ରାମରାସ୍ତା ଉନ୍ନତିକରଣ, ହନୁମାନ ମନ୍ଦିର, ବାସୁଳାଇ ମନ୍ଦିର ବିକାଶ ପ୍ରକଳ୍ପ ଓ ସୋଲାର ଆଲୋକିକରଣ ପ୍ରକଳ୍ପଗୁଡିକର ଶିଳାନ୍ୟାସ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଜୟାନନ୍ଦ ରାଉତ, ସରପଞ୍ଚ ସୁଜାତା ସାହୁ, ଯୁବନେତା ସୁଶାନ୍ତ ମଲ୍ଲିକ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ । ଏଥିପାଇଁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୪୦ ଲକ୍ଷ ଓ ଏଫ.ଡି.ଆର. ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଶିଳାନ୍ୟାସରେ ପଣ୍ଡିତ ଭାଗବତ ମିଶ୍ର ବେଦପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ଝିଲ୍ଲୀ ମଲ୍ଲିକ, ହରେକୃଷ୍ଣ ଦାସ, ପ୍ରତାପ ମହାନ୍ତି, ସୁଦର୍ଶନ ରାଉତ, ଶତ୍ରୁଘ୍ନ ମଲ୍ଲିକ, ଭରତ ମଲ୍ଲିକ, ଦିଲ୍ଲିପ ରାଉତ, ବିନୋଦ ସେଠୀ, ନକୁଳ ମଲ୍ଲିକ, ଜଗତ ସେଠୀ, ମନୋଜ ମଲ୍ଲିକ ପ୍ରମୁଖ ଉତ୍ôସରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.