Home ଜିଲ୍ଲା ପରିକ୍ରମା ରଣଜିତ୍ ପଞ୍ଚାୟତରେ ୭୨ତମ ଜିଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ

ରଣଜିତ୍ ପଞ୍ଚାୟତରେ ୭୨ତମ ଜିଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ

20

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ରଣଜିତ୍ ପଂଚାୟତ ମଂଜୁରୀ ସ୍ଥିତ ବଳଦେବଜୀଉ ପୀଠରେ ୭୨ତମ ଜିଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ପବିତ୍ର ଗୋପାଷ୍ଟମୀ ଅବସରରେ ଡା. ନିରାକାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଗୋ ସଂପଦ ମନୁଷ୍ୟ ପାଇଁ ମୂଲ୍ୟବାନ ବୋଲି କହିଥିଲେ । ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ ସମ୍ମାନିତ ଅତିଥି , ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର‌୍ୟ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତ ଓ ବିଡିଓ ନିମନ୍ତ୍ରିତ ଅତିଥି, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ମୁଖ୍ୟବକ୍ତା, ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସାଧିକାରୀ ଭବାନୀ ଶଙ୍କର ମହାପାତ୍ର, ଜିଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ବଦ୍ରୀନାରାୟଣ ରାଉତ, ସରପଞ୍ଚ ସୁଜାତା ସାହୁ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଗୋ ସମ୍ବର୍ଦ୍ଧନା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଜିଲା ମୁଖ୍ୟ ପ୍ରାଣୀ ଚିକିିତ୍ସାଧିକାରୀ ହୃଷିକେଶ ବେହେରା ଏହି ଦିବସର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବ୍ଲକ୍ ପ୍ରାଣୀ ଚିକିତ୍ସାଧିକାରୀ ଦେବପ୍ରକାଶ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉତ୍ତମ ଗୋ ପାଳନ ପାଇଁ ଚକ୍ରଧର ଦାସ, ବିଜୟ ଦେ, ମାୟାଧର ସେଠୀ, ଭରତ ଜେନା, କାଳନ୍ଦୀ ବେହେରା ଓ ଦାମୋଦର ଦାସଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହାପୂର୍ବରୁ ଗୋ ମାତାଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଉତ୍ସବରେ ବହୁ ସଂଖ୍ୟକ ଚାଷୀ, ଗୋ ରକ୍ଷକ, ପଶୁ ନରୀକ୍ଷକ ଓ ଗୋ ମିତ୍ର ପ୍ରମୁଖ ଯୋଗ ଦେଇଥିଲେ । କାର‌୍ୟ୍ୟକ୍ରମକୁ ଡାକ୍ତର ସୁଶୀଲ କୁମାର ଧଳ, ସୁନୀଲ କୁମାର ଭୂୟାଁ, ରାଜେଶ କୁଅଁର, ଯୋଗମାୟା ସିଂ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.