Home କୋରାପୁଟ ରଜ ଉପଲକ୍ଷେ ଅନଲାଇନ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ

ରଜ ଉପଲକ୍ଷେ ଅନଲାଇନ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ

35

କୋରାପୁଟ ୧୮-୦୬(ଓଡିଆ ପୁଅ /ରଂଜନ ଦାସ) ରଜ ଉତ୍ସବ ଉପଲକ୍ଷେ  କୋରାପୁଟ ସହରର କଳାପ୍ରେମୀ ଯୁବ ପ୍ରତିଭାମାନଙ୍କ  ଉଦ୍ୟମରେ ଅନଲାଇନ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଯାଇଛି ।କୋରାପସ୍ୱଙ୍କ ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ତଥା ଏନଏବି ଓଡିଶା ଶାଖାର ଅବୈତନିକ ଇନକ୍ଲୁସିଭ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶ ଅଧ୍ୟକ୍ଷତା କରି କୋରାପୁଟ ମାଟିର ସ୍ୱାଭିମାନକୁ ପୂରାତନ ସଂସ୍କୃତି ମାଧ୍ୟମରେ ବଂଚାଇ ରଖିବାକୁ ବାର୍ତା ଦେବା ସହ ଏଥି ନିମନ୍ତେ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।ଓଡିଶୀ ନୃତ୍ୟ , ଲୋକ ନୃତ୍ୟ ,ଏକକ ନୃତ୍ୟ , ସଂଗୀତ ଇତ୍ୟାଦିକୁ ତର୍ଜମା କରିବା ପାଇଁ ବିଚାରକ ଭାବେ କବି ଜଳଧର ସ୍ୱାଇଁ ଓ  ବୋରିଗୁମ୍ମା କଲେଜର ଓଡିଆ ଅଧ୍ୟାପକ ସୈାମେନ୍ଦ୍ର କୁମାର ସ୍ୱାଇଁ ଯୋଗ ଦେଇଥିଲେ ।ଯୁବ ପ୍ରତିଭା ଅର୍ଚ୍ଚନା ବାରିକ ଓ ପ୍ରଗତି ସାହୁ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.