Home ଜିଲ୍ଲା ପରିକ୍ରମା ରଜ ଉତ୍ସବରେ ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ, ୨ଦିନରେ ବାବାଙ୍କୁ ପୂଜାର୍ଚ୍ଚନା କଲେ...

ରଜ ଉତ୍ସବରେ ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ, ୨ଦିନରେ ବାବାଙ୍କୁ ପୂଜାର୍ଚ୍ଚନା କଲେ ଲକ୍ଷାଧିକ ଭକ୍ତ, ପ୍ରଶାସନିକ ଘୋର ଅବତ୍କବସ୍ଥା ଯୋଗୁଁ ହଜାରହଜାର ଶ୍ରଦ୍ଧାଳୁଭକ୍ତ ହଟହଟା

8

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଜ ଉତ୍ସବ ପାଇଁ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ ଓ ମାନସିକ ପୂଜା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ଭିଡ ଲାଗିଥିଲା ପୀଠରେ। ଗତକାଲି ରଜ ସଂକ୍ରାନ୍ତି ଓ ଆଜି ସୋମବାରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲେ ମଧ୍ୟ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ଘୋର ଅବ୍ୟବସ୍ଥା ଯୋଗୁ ଯାତାୟତ ଠାରୁ ଆରମ୍ଭ କରି ପିଇବାପାଣି ଓ ବାବାଙ୍କ ଦର୍ଶନ ନିମନ୍ତେ ହଟହଟା ହେବାକୁ ପଡିଥିଲା ଶ୍ରଦ୍ଧାଳୁଭକ୍ତମାନଙ୍କୁ। ପୀଠରେ ଅବ୍ୟବସ୍ଥା ଯୋଗୁ ଗତ ରବିବାର ଓ ସୋମବାର ଭିଡ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା ଉଭୟ ଜିଲା ଓ ମନ୍ଦିର ପ୍ରଶାସନ। ମଣିବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଦକ୍ଷିଣଦ୍ୱାର(ପ୍ରବେଶ ଦ୍ୱାର) ଠାରେ ଭକ୍ତଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଠେଲାପେଲା ଲାଗି ରହିବାରୁ କିଛି ଭକ୍ତ ଗତକାଲି ସଜ୍ଞାହିନ ହୋଇ ତଳେ ପଡିଯାଥିଲେ ମଧ୍ୟ ପ୍ରଶାସନ ଖାମଖିଆଲି ମନଭାବ ଯୋଗୁ ସୋମବାର ମଧ୍ୟ ସମାନ ଅବସ୍ଥା ଦେଖାଦେଇଥିଲା। ସୋମବାର ସକାଳୁ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିବା ବେଳେ ସୁରକ୍ଷା କର୍ମୀ ଓ ପ୍ରଶାସନିକ ଅଧିକାରୀ ନଥିବାରୁ ଭକ୍ତଙ୍କ ମଧ୍‌ଯରେ ଦୀର୍ଘ ୭ଘଂଟା ଧରି ଠେଲାପେଲା ଲାଗି ରହିଥିଲେ ମଧ୍ୟ ସବୁ ଦେଖି ନଦେଖିଲା ପରି ଚୁପ ରହିଥିଲେ। ବିଶେଷକରି ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ଜଣେ ହେଲେ ସୁରକ୍ଷା କର୍ମୀ ରହିବାତ ଦୂରର କଥା ବ୍ୟାରିକେଡ ବ୍ୟବସ୍ଥା ଥିଲେ ମଧ୍ୟ ନଥିଲା ପରି ଅବସ୍ଥା ଦେଖା ଦେଇଥିଲା। ମନ୍ଦିର ମଧ୍ୟକୁ ମହିଳା ଓ ପୁରୁଷ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଲାଗି ରହିବା ସହ ହାତ ଉଠା ଉଠି ପର୍ଯ୍ୟନ୍ତ କଥା ଯାଇଥିଲା। ଫଳରେ ଦୀର୍ଘ ଘଂଟା ଧରି ଧାଡିରେ ଛୋଟଛୋଟ ପିଲା ଓ ମହିଳା ଭକ୍ତ ସଜ୍ଞାହିନ ହୋଇ ଚିତ୍କାର କରୁଥିଲେ ମଧ୍ୟ କେହି ଶୁଣି ନଥିଲେ। ଅନ୍ୟପଟେ ମନ୍ଦିର ସମୁଖର ଦର୍ଶନ ପଥରେ ଛାମୁଣ୍ଡିଆ ନଥିବାରୁ ଡହଡହ ଖରାକୁ ଅସହ୍ୟ ଗୁଳୁଗୁଳିରେ ସିଜିଥିଲେ ଭକ୍ତ। ସେହିପରି ପୀଠରେ ଦୀର୍ଘ ୪ ଘଂଟା ଧରି ବିଜୁଳି କାଟ ଯୋଗୁ ମନ୍ଦିର ଭିତର ପରିସର ଅନ୍ଧକାର ମୟ ରହିବା ସହ ପାନୀୟଜଳର ଘୋର ସଂକଟ ଦେଖା ଦେଇଥିଲା। ଫଳରେ ଭକ୍ତମାନେ ବାଧ୍ୟ ହୋଇ ଶିବଗଙ୍ଗା ପୁଷ୍କରିଣୀର ଦୂଷିତ ଜଳରେ ଶୋଷ ମେଂଟାଇଥିଲେ। ସେପଟେ ଆଖଣ୍ଡଳମଣି ପ ଭଦ୍ରକ ମୁଖ୍ୟରାସ୍ତାର ମଠଡିହ ଠାରୁ ପୀଠର ବାଇପାସ ରାସ୍ତା ଯାଏଁ ଅଣ ଓସାରିଆ ରାସ୍ତା ହୋଇଥିବାରୁ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବାଧାପ୍ରାପ୍ତ ହେବାରୁ ଡହଡହ ଖରାରେ ଦୀର୍ଘ ୪କିମି ଚାଲିଚାଲି ଆସିଥିଲେ ହଜାରହଜାର ଭକ୍ତ। ବିଶେଷକରି ବାଇପାସରାସ୍ତାର ବେନିୟମ ଭାବେ କିଛି ସ୍ଥାନୀୟ ଲୋକ ଜବର ଦଖଲ କରିବା ସହ ନିଜର ଚାରି ଚକିଆ ଯାନ ରଖିବାରୁ ଟ୍ରାଫିକ ସମସ୍ୟା ଅଣାୟତ ହେବା ସହ ଉଭୟ ପାର୍ଶ୍ୱରେ ଶହଶହ ଗାଡି ଦୀର୍ଘ ୪ଘଂଟା ଧରି ଅଟକି ରହିବା ଫଳରେ ସ୍ଥାନୀୟ ଆରଡି ପୁଲିସକୁ ସ୍ଥିତି ନିୟନ୍ତ୍ରଣ ଆଣିବାକୁ ନାକେଦମ ହେବାକୁ ପଡିଥିଲା। ଲକ୍ଷାଧିକ ଭକ୍ତଙ୍କୁ ସୀମିତ ପୁଲିସ ମୃତୟନ ହୋଇଥିଲେ ମଧ୍ୟ ଭିଡ ନିୟନ୍ତ୍ରଣରେ ଅସୁବିଧା ଦେଖା ଦେଇଥିଲା। କିଛି ଭକ୍ତ ଏପରି ଅବ୍ୟବସ୍ଥାକୁ ନେଇ ମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ ଆଣିଥିଲେ ମଧ୍ୟ ସନ୍ତୋଷଜନକ ଉତର ନପାଇ ନିରାଶ ହୋଇ ଫେରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.