Home ଓଡ଼ିଶା ରଜମଉଜରେ ଅନ୍ତରାୟ କରୋନା କଟକଣା : ସଟ୍‌ଡାଉନରେ ଘରେ ରହି ସମସ୍ତେ ପାଳିଲେ ପହିଲି ରଜ

ରଜମଉଜରେ ଅନ୍ତରାୟ କରୋନା କଟକଣା : ସଟ୍‌ଡାଉନରେ ଘରେ ରହି ସମସ୍ତେ ପାଳିଲେ ପହିଲି ରଜ

237

ବାଲେଶ୍ୱର, ୧୩ା୬(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରତିବର୍ଷ ଭଳି ଉତ୍କଳୀୟ ସଂସ୍କୃତିର ଅନ୍ୟତମ ଗଣପର୍ବ ଆଷାଢ଼ ମାସ ସଂକ୍ରାନ୍ତିର ୩ଦିନିଆ ରଜପର୍ବ ଆଜିଠାରୁ ସବୁଠି ପାଳନ ହେଉଥିଲେ ବି ଚଳିତବର୍ଷ କରୋନା ପାଇଁ ଏହା ସମ୍ପୂର୍ଣ୍ଣ ଭିନ୍ନ ଧାରାରେ ପାଳିତ ହେଉଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯିବା ସହ ପର୍ବପର୍ବାଣୀ ପାଳନ ଉପରେ ଅଙ୍କୁଶ ଲଗାଯାଇଛି। ରଜପର୍ବକୁ ସାମୂହିକ ଭାବେ ପାଳନ ନ କରିବା ପାଇଁ ସରକାରଙ୍କ ପକ୍ଷରୁ ଉତ୍ସବସ୍ଥଳମାନଙ୍କରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି। ଏଭଳି ସ୍ଥିତିରେ ବାଲେଶ୍ୱର ସମେତ ୧୧ ଜିଲ୍ଲାରେ ଲାଗୁ ହୋଇଥିବା ଦ୍ୱିତୀୟ ସପ୍ତାହର ସଟ୍ ଡାଉନ୍ ରଜମଉଜ ପାଇଁ ଅନ୍ତରାୟ ହୋଇଛି। ତେବେ ସଂସ୍କୃତି ସମ୍ପନ୍ନ ବାଲେଶ୍ୱର ଜିଲ୍ଲାରେ ଲୋକେ ସରକାରୀ ନିୟମ ମାନି ପରମ୍ପରା ରକ୍ଷା ସହ ଏହି ରଜପର୍ବକୁ ପାଳନ କରୁଥିବା ଲକ୍ଷ୍ୟ କରାଯାଇଛି। ୧୩ ତାରିଖର ପହିଲି ରଜରେ ପ୍ରତ୍ୟେକ ଓଡ଼ିଆ ଘରେ ଉତ୍ସବର ମାହଲ ଦେଖାଯାଇଛି। ପିଲାଠାରୁ ବୁଢ଼ାବୁଢ଼ି ପର୍ଯ୍ୟନ୍ତ ଉତ୍ସାହ ଉଦ୍ଦୀପନ୍ନା ମଧ୍ୟରେ ଏହି ଦିନକୁ କଟାଇ ଥାନ୍ତି। ଗାଁର ଝିଅମାନେ ସଜବାଜ ହେବା ସହ ଦୋଳି ଖୋଳରେ ଦିନ କାଟିଥା’ନ୍ତି। ସେହିଭଳି ଯୁବକମାନେ ବାଗୁଡ଼ି ଓ ତାସ ଖେଳରେ ମଜ୍ଜି ଯାଇଥା’ନ୍ତି। ମାତ୍ର ଚଳିତ ବର୍ଷ କରୋନା କଟକଣା ସାଙ୍ଗକୁ ବାଲେଶ୍ୱରେ ଲାଗୁ ସଟ୍ ଡାଉନ୍ ମଧ୍ୟରେ ବି ଲୋକେ ଘରେ ରହି ପହିଲି ରଜକୁ ପାଳୁଥିବା ଲକ୍ଷ୍ୟ କରାଯାଇଛି। ଘରେ ଫଳମୂଳ ଓ ସୁସ୍ୱାଦୁ ପିଠାପଣା ସାଙ୍ଗକୁ ଅଗଣାରେ ଦୋଳି ବନ୍ଧାଯାଇଥିବା ଦେଖିବାକୁ ମିଳିଛି। ଝିଅମାନେ ସଜବାଜ ହେଉଛନ୍ତି, ମେହେନ୍ଦି ଲଗାଉଛନ୍ତି। ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ସାମାଜିକ ଦୂରତା ରକ୍ଷା ସହ ଏହି ରଜକୁ ପାଳନ କରାଯାଉଥିବା ଝିଅମାନେ କହିଛନ୍ତି। ତେବେ ସଂସ୍କୃତି ଓ ପରମ୍ପରା ରକ୍ଷା କରିବା ପାଇଁ ସମସ୍ତେ ଘରେ ରହି ମଧ୍ୟ ଏହି ରଜକୁ ପାଳନ କରି ପାରିବେ ବୋଲି ସେମାନେ ମତ ଦେଇଛନ୍ତି। ମହାମାରୀ କରୋନାର ମୁକାବିଲା ପାଇଁ ସମସ୍ତେ ସରକାରଙ୍କ ନିର୍ଦ୍ଦେଶକୁ ମାନି ଘରେ ରହି, ମାସ୍କ ପିନ୍ଧି ଏହି ରଜକୁ ପାଳନ କରିବାକୁ ସେମାନେ ନିବେଦନ କରିଛି। କେବଳ ସେଡି ଝିଅମାନେ ନୁହନ୍ତି, ବରଂ ବାଲେଶ୍ୱର ଜିଲ୍ଲାର ଆବାଳ ବୃଦ୍ଧ ବନୀତା ସରକାରଙ୍କ ସଟ୍ ଡାଉନ୍ କଟକଣା ମାନି ଘରେ ରହି ପହିଲି ରଜ୍ ପାଳନ କରୁଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.