ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ରଜପର୍ବ ସହ ଓଡ଼ିଆ କାବ୍ୟ କବିତା ଓ ସ୍ୱାସ୍ଥ୍ୟ ଜଡ଼ିତ’ ବୋଲି ଭଦ୍ରକ ସାମରାଇପୁର କଲ୍ୟାଣୀନଗର ସ୍ଥିତ ଗୁରୁକୃପା ଭବନରେ ‘ଆମ ମାତୃଭାଷା ପରିଷଦ’ର ରଜ ସଂକ୍ରାନ୍ତି ଆସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆସରକୁ ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ଡାକ୍ତର ଦୁର୍ଯ୍ୟୋଧନ ଦାସ ଉଦ୍ଘାଟନ କରିଥିଲେ । ‘ଆମ କାବ୍ୟ କବିତାରେ ରଜପର୍ବ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ମୁଖ୍ୟଅତିଥି ସାହିତ୍ୟ ଏକାଡେମୀ ସଦସ୍ୟ ଭରତ ଚନ୍ଦ୍ର ଦାଶ, ତ୍ୟାଗଭୂମି ସଭାପତି ଅଜୟ ନାୟକ, ପରିଷଦର କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ନୀହାର ରଞ୍ଜନ କର, ହୃଷିକେଶ ପାଣିଗ୍ରାହୀ, ନାଟ୍ୟନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ନାଟ୍ୟକାର ପ୍ର. ଅଟଳ ବିହାରୀ ନାୟକ, ଆଇନଜୀବୀ ଅଗଣି ଚରଣ ଜେନା, ଭଦ୍ରକ ବାର୍ ଆସୋସିଏସନ ଉପସଭାପତି ମନୋରଂଜନ ଦାସ, କମଳକାନ୍ତ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଂପାଦକ ଡାକ୍ତର ଅନିଲ କୁମାର ଦାଶ ବିବରଣୀ ପାଠ କରିଥିଲେ । କବୟିତ୍ରୀ ଦୀପ୍ତିମୟୀ ସାହୁ ଓ ସୁମିତ୍ରା ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ରମେଶ ଚନ୍ଦ୍ର ଦାସ, ଦମୟନ୍ତୀ ନାଥ, ସନ୍ତୋଷ କୁମାର ସାହୁ, କ୍ଷୀରାବ୍ôଧ ଓଝା, ସେକ୍ ଅବଦୁଲ୍ ଦୟାନ, ମୁସ୍ତାକ୍ ଗୌହ୍ୱର, ନାରାୟଣ ପାଢୀ, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ରମାକାନ୍ତ ପାଳ, ଅରୂପାନନ୍ଦ ନାୟକ, ପତିତପାବନ ପାଣି, ପୁରୁଷୋତ୍ତମ ଧଳ, ସଂଗ୍ରାମ କେଶରୀ ସେନାପତି, ଦୟାନିଧି ବେହେରା, ମନୋଜ କୁମାର ଜେନା, ହରିଶ୍ ଦାସ୍, ବିଚିତ୍ରାନନ୍ଦ କର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସୁଶ୍ରୀ ଅନନ୍ୟା ମିଶ୍ର ବନ୍ଦେ ଉତ୍କଳ ଜନନୀ ଆବୃତ୍ତି କରିଥିବା ବେଳେ ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରକୃତିବନ୍ଧୁ ବୈକୁଣ୍ଠ ମିଶ୍ୱାଳ, ସଭା ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ସାଗରିକା ମିଶ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ସହସମ୍ପାଦିକା ମମତାରାଣୀ ଦାଶ ।








