Home ଜିଲ୍ଲା ପରିକ୍ରମା ଚତୁର୍ଦ୍ଦଶ ବିଶ୍ୱ କର୍ଦ୍ଦମ ଦିବସ ପାଳିତ

ଚତୁର୍ଦ୍ଦଶ ବିଶ୍ୱ କର୍ଦ୍ଦମ ଦିବସ ପାଳିତ

19

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଟି ଆମର ମା’ ଓ ଜଳ ଆମର ଜୀବନ । ଉଭୟଙ୍କର ଉପସ୍ଥିତି ବିନା ଆମ ଜୀବନ ଧାରଣ ଅସମ୍ଭବ । ଆଉ ପବନ ଟିକିଏ ନ ହେଲେ ଏ ସବୁ ମୂଲ୍ୟହୀନ । ଏହି ମାଟି, ପାଣି, ପବନର ସୁରକ୍ଷାକୁ ପ୍ରାଧ୍ୟାନ୍ୟ ଦେଇ ‘ବିଶ୍ୱ କର୍ଦ୍ଦମ ଦିବସ’ର ପରିକଳ୍ପନା କରାଯାଇଥିଲା । ଆଧୁନିକ ଜୀବନଶୈଳୀର ଦ୍ୱାହି ଦେଇ ଆମେ ଏହି ୩ଟି ଉପାଦାନ ଉପରେ ଅତ୍ୟାଚାର କରି ଆସୁଛନ୍ତି । ଯାହା ଫଳରେ ଆମେ ସମସ୍ତେ ବୈଶ୍ୱିକ ତାପାୟନ ସମସ୍ୟାରେ ପ୍ରପୀଡ଼ିତ । ଜି-୨୦ର ସଭାପତିତ୍ୱ କାଳରେ ଭାରତ ଚିରସ୍ଥାୟୀ ବିକାଶକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ପ୍ରାକୃତିକ ସମ୍ବଳ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଗୁରୁତ୍ୱ ଦେଉଛି । ଏହି ଅବସରରେ ‘ବିଶ୍ୱ କର୍ଦ୍ଦମ ଦିବସ’ ପାଳନ ବିଶ୍ୱ ଦରବାରରେ ଏକ ଅନନ୍ୟ ଗୁରୁତ୍ୱ ବହନ କରିବ ବୋଲି ଆଜି ବିଶ୍ୱ କର୍ଦ୍ଦମ ଦିବସ ପାଳନ ଅବସରରେ ଏହାର ପ୍ରତିଷ୍ଠାତା ତଥା ବିଶିଷ୍ଟ ପରିବେଶବିତ୍‌, ସମାଜସେବୀ ସୁପ୍ରିମ୍‌କୋର୍ଟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ପ୍ରକାଶ କରିଛନ୍ତି । ଭଦ୍ରକ ସାଳନ୍ଦୀ ପଞ୍ଚମୁଖୀ ହନୁମାନ ଘାଟ ଠାରେ ଶ୍ରୀ ତ୍ରିପାଠୀ ଏହି ଚତୁର୍ଦ୍ଦଶତମ ବିଶ୍ୱ କର୍ଦ୍ଦମ ଦିବସ ପାଳନ କରିବା ପରିପ୍ରେକ୍ଷୀରେ କିଛି ସ୍ୱେଚ୍ଛାସେବୀଙ୍କୁ ନେଇ ଦେହରେ କାଦୁଅ ବୋଳି ହୋଇ ଏହାର ଗୁରୁତ୍ୱକୁ ପ୍ରଚାର ପ୍ରସାର କରିଥିଲେ । ପ୍ରତିବର୍ଷ ଜୁନ୍ ୧୬ ତାରିଖକୁ ବିଶ୍ୱ କର୍ଦ୍ଦମ ଦିବସ ଭାବେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଇ ଜନସମାଜକୁ ସଚେତନତାର ବାର୍ତ୍ତା ଦେଇଆସୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୋମ୍ ଆଶୀର୍ବାଦ ତ୍ରିପାଠୀ, ଶେଖ୍ ଇକ୍ରାମ୍‌, ସତ୍ରବାନ ସେଠୀ, ସମାଜସେବୀ ଜଗନ୍ନାଥ କର, ସୀତାକାନ୍ତ ତ୍ରିପାଠୀ, ସମାଜସେବୀ ଦେବେନ୍ଦ୍ର ପୃଷ୍ଟି, ଶିକ୍ଷାବିତ୍ ସିଦ୍ଧେଶ୍ୱର ସାହୁ, ସମାଜସେବୀ ସନ୍ତୋଷ ଜେନା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.