ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଂଗ ନମ୍ବର ରୁ ପ୍ରେମ ତାପରେ ପ୍ରେମ ବିବାହ । କିଛି ଦିନ ଭଲ ରେ କଟିବା ପରେ ହୁଏ ନିର୍ଯାତନା। ସ୍ୱାମୀ ପୁଣି ଅନ୍ୟ ଆଡ଼େ ଜଣେ ମହିଳା ଙ୍କୁ ବିବାହ କରି ନିର୍ଯାତନା ଦିଅନ୍ତି ପ୍ରଥମ ସ୍ତ୍ରୀ କୁ। ଏମିତି ଏକ ଘଟଣା ଘଟିଛି ଧାମନଗର ଥାନା ଅଂଚଳ ରେ।୨୦୧୪ ମସିହାରେ ବଅରପାଳ ଅଂଚଳ ର ସିଲି ଅମାନ୍ତ (୩୨) ଧାମନଗର ଥାନା ଅନ୍ତର୍ଗତ ଖଡ଼ିପଦା ପଂଚାୟତ ଦକ୍ଷିଣକୁରୁଆ ଗ୍ରାମର ଅକ୍ଷୟ କୁମାର ଯେନା ଙ୍କ ପୁଅ ଅନନ୍ତ କୁମାର ଯେନା ଙ୍କୁ ପ୍ରେମ ବିବାହ କରିଥିଲେ। ମିସକଲ ରୁ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ବିବାହରେ ପରି ସମାପ୍ତି ଘଟିଥିଲା। ଦୁହିଁଙ୍କ ବୈବାହିକ ଜୀବନ ସୁଖମୟ ଥିଲା। ମାତ୍ର ସଂଯୁକ୍ତା ଦାସ ନାମ୍ନୀ ମହିଳାଙ୍କ ସହ ଅନନ୍ତ ଙ୍କ ଅନୈତିକ ସମ୍ପର୍କ ପରେ ଆରମ୍ଭ ହୋଇଥିଲା ଅଶାନ୍ତି ଝଡ। ପରେ ସିଲି ଙ୍କ ଉପରେ ହୋଇଥିଲା ଶାରୀରିକ ନିର୍ଯ୍ୟାତନା। ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ସିଲି। ଧାମନଗର ଥାନା କେସ ନଂ ୩୮୯/୨୩ ଆଇପିସି ଦଫା ୪୯୮(କ),୨୯୪,୩୨୩ ଓ ୫୦୬ ରେ ମାମଲା ରୁଜୁ ହୋଇଥିବା ବେଳେ ଅନନ୍ତ ଙ୍କୁ କୋର୍ଟ ଚାଲାଣ କରିଥିଲା ଧାମନଗର ପୋଲିସ। ଜେଲରୁ ବେଲ ରେ ମୁକୁଳିବା ପରେ ଅନନ୍ତ ସେହି ରାଗରେ ବାରମ୍ବାର ସିଲି କୁ ନିର୍ଯାତନା ଦେଇ ଆସୁଥିଲେ। ବାଧ୍ୟ ହୋଇ ନିଜର ଚାରି ବର୍ଷ ର ପୁଅକୁ ନେଇ ସିଲି ବାପ ଘରେ ରହୁଥିଲେ। ୯ ବର୍ଷର ଝିଅ ବାପା ଙ୍କ ନିକଟର ରହୁ ଥିଲା।ତେବେ ଚାରିଦିନ ତଳେ ସିଲୀ ନିଜର ପୁଅକୁ ଧରି ଶାଶୂ ଘର କିଛି ଦରକାରୀ କାଗଜ ପତ୍ର ଆଣିବାକୁ ଯାଇଥିବା ବେଳେ ୪ ବର୍ଷ ର ପୁଅକୁ ଜବରଦସ୍ତ ଛଡ଼ା ନେଇ ଲୁଚାଇ ଦେଲେ ଏବଂ ମାଡ ଗାଳି ଦେଲେ। ଏ ନେଇ ଶିଲୀ ୧୫/୧୨/୨୦୨୪ ରେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଧାମନଗର ଥାନା ଆଇଆଇସି ଫଣିନ୍ଦ୍ର ଭୂଷଣ ନାଏକ କେସ ନଂ ୫୪୪/୨୪ ଭାରତୀୟ ନ୍ୟାୟ ସଂହିତା ଦଫା ୮୫,୧୧୫,୧୨୭ (ଖ ) ରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛନ୍ତି। ମାତ୍ର ଘଟଣାକୁ ୪ ଦିନ ପୁରିବାକୁ ବସିଥିବା ବେଳେ ସିଲି ଙ୍କ ମାତୃ ହୃଦୟ ଦୁଃଖରେ ଭାଙ୍ଗି ପଡ଼ିଛି। ମୋତେ ପଛେ ଛାଡ଼ପତ୍ର ଦେଇ ତାଙ୍କ ସ୍ୱାମୀ ଅନନ୍ତ ସଂଯୁକ୍ତା ସାଙ୍ଗରେ ରୁହନ୍ତୁ ମାତ୍ର ମୋ ପୁଅ ଝିଅଙ୍କୁ ଫେରାଇ ଦେବାକୁ ଥାନା ବାବୁଙ୍କୁ ନିବେଦନ କରିଛନ୍ତି ସିଲି। ତେବେ ପୋଲିସ ମଧ୍ୟ ଘଟଣା ସ୍ଥଳ କୁ ଯାଇ ଥିଲେ ମଧ୍ୟ ଘରେ କେହି ନଥିବାରୁ ପୋଲିସ ଖାଲି ହାତରେ ଫେରି ଥିଲେ।ଏପଟେ ପୁଅ ଝିଅକୁ ନପାଇ ଥାନରେ ବସି ଆଖିରୁ ଲୁହ ଗଡାଉଛନ୍ତି।








