Home ଓଡ଼ିଶା ରଙ୍ଗ ଖେଳ ଦିନ ରୁ ଜନସେବା ସଂଗଠନ ତରଫରୁ ସେବା ସହାୟତା ନାମକ କାର୍ଯ୍ୟକ୍ରମ ଆରମ୍ଭ:...

ରଙ୍ଗ ଖେଳ ଦିନ ରୁ ଜନସେବା ସଂଗଠନ ତରଫରୁ ସେବା ସହାୟତା ନାମକ କାର୍ଯ୍ୟକ୍ରମ ଆରମ୍ଭ: ଗୁରୁତର ଗରିବ ରୋଗୀ ହେବେ ଉପକୃତ

379

ଟିଟିଲାଗଡ଼ ୨୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସହର ସ୍ଥିତ ନୀଳଚକ୍ର ନଗର ଠାରେ ଆୟୋଜିତ ହୋଲି ମହୋତ୍ସବ ପାଳନ କରାଯାଇଛି। ଏହି ରଙ୍ଗ ର ପର୍ବ କୁ ସ୍ୱତନ୍ତ୍ର ଭାବେ ପାଳନ କରିବା ସହ ରଂଗ ଖେଳାଯାଇଥିବା ବେଳେ ସହର ର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ପ୍ରକାଶ ଯେ ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନସେବା ପକ୍ଷରୁ ଅସହାୟ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଧାର୍ଯ୍ୟ କରି ୬ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଖର୍ଚ୍ଚ ଦାୟିତ୍ୱ ପ୍ରକୃତ ହିତାଧିକାରୀ ଙ୍କୁ ମିଳିବ ବୋଲି ସଂଘ ସଭାପତି ଜଣାଇଥିଲେ।ତେବେ ୧୨ ଜଣ ଙ୍କ ନାମ ଗରୀବ ଶ୍ରେଣୀୟ ରୋଗୀ ଙ୍କ ନାମ ତାଲିକା ଭୁକ୍ତ ଉକ୍ତ ସ୍ଥାନରେ କରାଯାଇଛି l ଏହି ପ୍ରଶଂସନୀୟ ଉଦ୍ୟମ କୁ ବିଭିନ୍ନ ମହଲରେ ସ୍ୱାଗତ ସହ ହୋଲି ଦିନ ଠାରୁ ଆରମ୍ଭ ହୋଇଛି। ପରେ ଦିନ ତିନି ଟା ପର୍ଯ୍ୟନ୍ତ ରଙ୍ଗ ଖେଳା ଯାଇଥିଲା। ପ୍ରକାଶ ଯେ ୬ ମାସ ପରେ ମଧ୍ୟ ନିଜ ସଦସ୍ୟ ଙ୍କ ନିଜସ୍ୱ ପାଣ୍ଠି ରୁ ଅନ୍ୟ କାହା ସହାୟତା ନ ନେଇ ଏହି କାର୍ଯ୍ୟକ୍ରମ ଚାଲିବା ଉଦ୍ୟମ ଜାରି ରଖାଯିବା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.