ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହଙ୍ଗା ପଡ଼ିଲା ସାପ ସଉକ୍ । ବେକରେ ସାପ ଧରି ବୁଲିବା ବେଳେ ଚୋଟ ଖାଇଲେ ଯୁବକ । ସେ ଏକ ବିରଳ ରଙ୍ଗୀନ ସାପକୁ ବେକରେ ଗୁଡ଼ାଇ ବୁଲୁଥିଲେ । ଏହି ସମୟରେ ତାଙ୍କ ଡାହାଣ ହାତକୁ ସାପଟି କାମୁଡି ଦେଇଥିଲା । ଏହି ଜିଲାର ବନ୍ତ ବ୍ଲକ୍ ଛୟାଳସିଂହ ଗ୍ରାମର ସୁବଳ ସାହୁ ଏକ ବିରଳ ରଙ୍ଗୀନ ସାପକୁ ବେକରେ ଗୁଡ଼ାଇ ବୁଲୁଥିଲେ । ଏହି ସମୟରେ ତାଙ୍କ ଡାହାଣ ହାତକୁ ସାପଟି କାମୁଡି ଦେଇଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାଯାଇଛି । ସାପଟିକୁ ଚିହ୍ନଟ ପାଇଁ ଡାକ୍ତରଖାନାକୁ ମଧ୍ୟ ଅଣାଯାଇଥିଲା । ହେଲେ ଡାକ୍ତରମାନେ ସାପଟିକୁ ଚିହ୍ନି ପାରିନଥିଲେ । ପରେ ସ୍ନେକ ହେଲପଲାଇନର ଷ୍ଟେଟ କୋଅର୍ଡିନେଟର ପ୍ରମୋଦ କୁମାର ସାହୁ ଏବଂ ସଦସ୍ୟ ଜାହାଙ୍ଗୀର ଖାନ୍ ପହଂଚି ତାହା ଅଲବିନୋ ରଣା ସାପ ବୋଲି ଚିହ୍ନଟ କରିଥିଲେ । ଅନ୍ତର୍ଜାତୀୟ ବଜାରରେ ଏହି ସାପର ଅଧିକ ଚାହିଦା ରହିଥିବା ସୂଚନା ମିଳିଛି । ତେବେ ସାପଟି ବର୍ତମାନେ କେଉଁଠି ତାର ସ୍ପଷ୍ଟ ସୂଚନା ମିଳିପାରୁନି । ଯେଉଁ ଡବାରେ ସାପଟିକୁ ରଖାଯାଇଥିଲା ସେଠାରେ ସାପଟି ନଥିବା ଜଣାପଡ଼ିଛି । ସାପଟି କେଉଁଠୁ ଆସିଲା ଏବଂ ଏବେ କେଉଁଠି ଅଛି ତାର ତଦନ୍ତ କରିବାକୁ ଦାବି ହୋଇଛି ।







