Home ଓଡ଼ିଶା ରଙ୍କଦେଉଳି ସମବାୟ ସମିତି ରୁ ଆସ୍ଥା ହରାଇଛନ୍ତି କୃଷକ ମାନେ

ରଙ୍କଦେଉଳି ସମବାୟ ସମିତି ରୁ ଆସ୍ଥା ହରାଇଛନ୍ତି କୃଷକ ମାନେ

37

ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟରେ ସମବାୟ ଆନ୍ଦୋଳନ ପରେ କୃଷି , କୃଷିକ୍ଷେତ୍ର ଓ କୃଷକର ଉନ୍ନତି ପାଇଁ ସରକାର ପ୍ରତି ଗ୍ରାମ ପଞ୍ଚାୟତରେ ସେବା ସମବାୟ ସମିତିମାନ ଆରମ୍ଭ କଲେ । କୃଷକ ମାନେ ଗାଁ ସାହୁକାରଙ୍କ ଠାରୁ ଋଣ ନ ନେଇ ସମବାୟ ସମିତି ମାନଙ୍କ ଠାରୁ ଋଣ ନେଇ କୃଷି ଓ କୃଷି କ୍ଷେତ୍ରର ଉନ୍ନତି କରି ଚାଷ ବାଷ କରି ନିଜ ନିଜର ଉନ୍ନତି କଲେ । ଏହି ସମବାୟ ସମିତିର ପରିଚାଳନା ପାଇଁ ସମବାୟ ବିଭାଗର ଜଣେ ସମ୍ପାଦକଙ୍କ ସହିତ ଗୋଟିଏ ବୋର୍ଡ ଗଠନ କରାଯାଇ ସୁପରିଚାଳନା କରାଗଲା । କିନ୍ତୁ ନୟାଗଡ ଜିଲ୍ଲା ରଙ୍କଦେଉଳି ସେବା ସମବାୟ ସମିତି ସମ୍ପାଦକ ଓ ପରିଚାଳନା ବୋର୍ଡର ସଭାପତିଙ୍କ ଅସାଧୁ  ମେଣ୍ଟ ଯୋଗୁଁ କିଛି କଷକଙ୍କ ଅଗୋଚର ରେ ସେମାନଙ୍କ ନାମରେ ଋଣ ହଡପ୍ କରିଥିବା ଲୋକ ଲୋଚନ କୁ ଆସିଛି ।

ଏଭଳି ଅଭିଯୋଗ ଆଣିଛନ୍ତି ବାଦଭୁଇଁ ଗ୍ରାମର ଜୟକୃଷ୍ଣ ପରିଡା , ମାଳିସାହି ଗ୍ରାମର ଆଲୋକ ଦଳବେହେରା  ଓ ବିଜୟ କୁମାର ଦଳବେହେରା  । ଏଭଳି ଶତାଧିକ କୃଷକଙ୍କ ନାମରେ ସେମାନଙ୍କ ଅଗୋଚର ରେ କୃଷି ଋଣ କରି ହଡପ୍ କରାଯାଇଛି । ଏ ସର୍ମ୍ପକେ ବର୍ତ୍ତମାନର ରଙ୍କଦେଉଳି ସେବା ସମବାୟ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଆମ୍ଭ ପୂର୍ବରୁ ଥିବା ସମ୍ପାଦକ ଓ ପିଅନ ଙ୍କ ସମୟରେ ଏହି ଭଳି କାର୍ଯ୍ୟ ହୋଇଥାଇପାରେ । ଆମ୍ଭ ନିକଟରେ କିଛି ଅଭିଯୋଗ ନାହିଁ । ଅପର ପକ୍ଷେ କୃଷକ ମାନେ ରଙ୍କଦେଉଳି ସେବା ସମବାୟ ସମିତି ଉପରୁ ଋଣ ପ୍ରଦାନରେ ଏହି ଭଳି କାର୍ଯ୍ୟ ଯୋଗୁଁ ଆସ୍ଥା ହରାଇଥିବା ଜଣାପଡିଛି । ସମବାୟ ସମିତି ଉଚ୍ଚ କର୍ତ୍ତୁପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାପାଇଁ କୃଷକ ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.