Home ଜିଲ୍ଲା ପରିକ୍ରମା ରକ୍ତତୀର୍ଥ ଇରମ ସହିଦ ସ୍ମୃତିପୀଠର ସ୍ଥାୟୀ ମରାମତି ପାଇଁ ଏଆଇଏସ୍‌ଏଫ୍ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ରକ୍ତତୀର୍ଥ ଇରମ ସହିଦ ସ୍ମୃତିପୀଠର ସ୍ଥାୟୀ ମରାମତି ପାଇଁ ଏଆଇଏସ୍‌ଏଫ୍ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

19

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ରକ୍ତତୀର୍ଥ ଇରମ ସହୀଦ ସ୍ମୃତିପୀଠରେ ଲେଖାଯାଇଥିବା ସହୀଦଙ୍କ ନାମ ନଷ୍ଟ ହେବାକୁ ବସିଥିବାରୁ ଏହାର ସ୍ଥାୟୀ ମରାମତି ପାଇଁ ଆଜି ଅଖିଳ ଭାରତ ଛାତ୍ର ସଂଘ ଭଦ୍ରକ ଜିଲା କାଉନ୍‌ସିଲ ପକ୍ଷରୁ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଉଲ୍ଲିଖିତ ତଥ୍ୟ ଅନୁସାରେ ‘ଭାରତ ଛାଡ’ ଆନ୍ଦୋଳନ ସମୟରେ ବାସୁଦେବପୁରର ଇରମ ଠାରେ ‘ବ୍ରିଟ୍ରିଶ ଭାରତ ଛାଡ’ ଡାକରା ଦେଇ ପ୍ରତିଜ୍ଞାବଦ୍ଧ ସଂଗ୍ରାମୀମାନେ ୧୯୪୨ ସେପ୍ଟେମ୍ବର ୨୮ ତାରିଖରେ ଏକ ସଭାର ଆୟୋଜନ କରିଥିଲେ । ସେଠାରୁ ବାହାରିଯିବା ପାଇଁ ଏକମାତ୍ର ରାସ୍ତାକୁ ଅବରୋଧ କରି ଡିଏସ୍‌ପିଙ୍କ ନିର୍ଦ୍ଦେଶରେ ଗୁଳିଚାଳନା କରାଯାଇଥିଲା । ଫଳରେ ପରି ବେୱା ନାମକ ପ୍ରଥମ ମହିଳାଙ୍କ ସମେତ ମୋଟ ୨୮ ଜଣ ସହିଦ ହୋଇଥିଲେ ଏବଂ ୫୫ ଜଣ ଆହତ ହୋଇଥିଲେ । ଏହି ଘଟଣାକୁ ଦ୍ୱିତୀୟ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ ବୋଲି କୁହାଯାଏ । ଏବଂ ଇରମକୁ ଯଥାର୍ଥରେ ରକ୍ତତୀର୍ଥର ମାନ୍ୟତା ଦିଆଯାଇଛି ।

ଯାହା କେବଳ ଭଦ୍ରକ ଜିଲା ନୁହେଁ ସମଗ୍ର ଭାରତବର୍ଷର ଏକ ଐତିହାସିକ ସ୍ଥାନ । ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ଏହାର ବାର୍ଷିକ ଉତ୍ସବ ପାଳନ ହେବାକୁ ଯାଉଛି । କିନ୍ତୁ ସମଗ୍ର ଭାରତୀୟଙ୍କ ପ୍ରେରଣାର ଉତ୍ସ ଏଠାକାର ସହିଦ ସ୍ମୃତିପୀଠ ଆଜି ଭଗ୍ନ ଅବସ୍ଥାରେ । ସେମାନଙ୍କ ନାମ ଫଳକ ପ୍ରାୟ ନଷ୍ଟ ହୋଇଯାଇଛି । ଏଣୁ ଆଗାମୀ ପିଢି ଏହି ସାଲିସ୍ ହୀନ ମୁକ୍ତି ସଂଗ୍ରାମର ତ୍ୟାଗ, ନିଷ୍ଠା ଓ ଆତ୍ମ ବଳିଦାନର ଲୋମହର୍ଷଣକାରୀ ଇତିହାସକୁ ଜାଣିବା ପାଇଁ ହେଲେ ଏହାର ସ୍ଥାୟୀ ମରାମତିର ନିହାତି ଆବଶ୍ୟକ ରହିଛି । ଏଣୁ ମୁକ୍ତି ଆନ୍ଦୋଳନର ଅଗ୍ନିଗର୍ଭରୁ ୧୯୩୬ ମସିହା ଅଗଷ୍ଟ ୧୨ ତାରିଖରେ ଜନ୍ମଲାଭ କରିଥିବା ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ୍‌) ପକ୍ଷରୁ ଆଜି ଉକ୍ତ ସହିଦ ସ୍ମୃତି ସ୍ତମ୍ଭର ଆବଶ୍ୟକୀୟ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ତ୍ୱରିତ୍ୱ ସକରାତ୍ମକ ପଦକ୍ଷେପ ନେଇ ମୁକ୍ତି ଆନ୍ଦୋଳନର ଅମର ସହିଦମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରାଯିବା ପାଇଁ ଏଆଇଏସ୍‌ଏଫ୍ ଜିଲା ସଭାପତି ମନୋରଂଜନ ରାଉତ, ଅଭିଶେକ ପଣ୍ଡା, ରୁଚିସ୍ମିତା ବାରିକ, ଅଭିଶେକ ମହାନ୍ତି ପ୍ରମୁଖ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.