Home ଜିଲ୍ଲା ପରିକ୍ରମା ଯୌନ ଉତ୍ପିଡନ ନିବାରଣ ସଚେତନତା କର୍ମଶାଳ

ଯୌନ ଉତ୍ପିଡନ ନିବାରଣ ସଚେତନତା କର୍ମଶାଳ

38

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ମହାବିଦ୍ୟାଳୟ ଆଗରପଡା ପରିସରରେ ଆଜି ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ଙ୍କ ଅଧ୍ୟକ୍ଷତାରେ ଯୌନ ଉତ୍ପିଡନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା ଆଇସିସି କମିଟିର ମୁଖ୍ୟ ଅଧ୍ୟାପିକା କବିତା ମଞ୍ଜରୀ ସୁବୁଦ୍ଧିରାୟଙ୍କ ତତ୍ୱାବଧାନାରେ ଓ ଏନଏସ୍‌ଏସ୍‌, ୟାଇଆରଟି ଓ ଏନ୍‌ସିସିର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ,କମିଟିର ସଦସ୍ୟା ଓ ତିନିଜଣ ଛାତ୍ରୀ ନିଜସ୍ୱ ମନ୍ତବ୍ୟ ପ୍ରଦାନ କରିଥିଲେ । କର୍ମଶାଳାରେ ମହାବିଦ୍ୟାଳୟ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି କର୍ମଶାଳାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଅବସରରେ ୧୩ ଜଣିଆ କମିଟି ଗଠନ କରା ଯାଇଥିଲା । ଏଥିରେ ଅଧ୍ୟାପିକା କବିତା ମଞ୍ଜରୀ ସୁବୁଦ୍ଧିରାୟ, ଅଧ୍ୟାପିକା ସନ୍ଧ୍ୟାରାଣୀ ନାୟକ, ଅଧ୍ୟାପିକା ପ୍ରେମଲତା ଦାଶ,ଅଧ୍ୟାପିକା ଜୟନ୍ତି ମଲ୍ଲିକ୍‌,ଅଧ୍ୟାପିକା ସଂଯୁକ୍ତା ଜେନା, ଅଧ୍ୟାପକ ହରିହର ଦାସ,ଅଧ୍ୟାପକ ପ୍ରଶାନ୍ତ କୁମାର ନାୟକ, ଡେମନ୍‌ଷ୍ଟ୍ରେଟର ମହେଶ୍ୱର ମଲ୍ଲିକ୍‌, ଅଶୋକ କୁମାର ସାହୁ, ସ୍ୱୟଂ ସହାୟକ ଗୋଷ୍ଠିର ମମତା ପଣ୍ଡା, ଛାତ୍ରୀ ଅନନ୍ୟା ପୁହାଣ, ଲିସାରାଣୀ ନାୟକ,ଦିପ୍ତିମୟୀ ଜେନା ପ୍ରମୁଖ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.