Home ଜିଲ୍ଲା ପରିକ୍ରମା ଯୌତୁକ ପାଇଁ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ, ସ୍ୱାମୀ ଓ ପରିବାର ଲୋକଙ୍କ ନାଁରେ ମକଦ୍ଦମା

ଯୌତୁକ ପାଇଁ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ, ସ୍ୱାମୀ ଓ ପରିବାର ଲୋକଙ୍କ ନାଁରେ ମକଦ୍ଦମା

8
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ବାରସର ପଂଚାୟତ ଅଧୀନ ଭଉଁରିଆବାଙ୍କ ଗ୍ରାମର ଲକ୍ଷ୍ମୀ ଦାସ ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ପାଇ ତଂଟି ଚିପି ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଲଷ୍ମୀଙ୍କ ବାପା ପିରାହାଟ ଥାନାରେ ରବିବାର ଗଙ୍ଗାଧର ମହାକୁଡ଼ ଅଭିଯୋଗ କରିବାପରେ ପୋଲିସ ୧୩୬/ ୨୫ରେ ମହିଳାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ନାଁରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।ଯୌତୁକ ପାଇଁ ସ୍ୱାମୀ ଓ ଶାଶୁଘର ଲୋକେ ଲଷ୍ମୀଙ୍କୁ ଆକ୍ରମଣ କରିଥିଲେ ।ସେ ଗୁରୁତର ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଅଭିଯୋଗରୁ ଜଣାଯାଇଛି ଯେ ଚାନ୍ଦବାଲି ଥାନା ଅଧୀନ ପ୍ରତାପପୁର ଗ୍ରାମର ଗଙ୍ଗାଧରଙ୍କ ଝିଅ ଲଷ୍ମୀ ୧୨ବର୍ଷ ପୂର୍ବେ ବାରସର ପଂଚାୟତ ଅଧୀନ ଭଉଁରିଆବାଙ୍କ ଗ୍ରାମର ବନମାଳୀ ଦାସଙ୍କ ପୁଅ ବିଚିତ୍ରଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ତେବେ ବିବାହର ୩ବର୍ଷ ପରେ ଅଧିକ ୫୦ହଜାର ଟଙ୍କା ଯୌତୁକ ଆଣିବାକୁ ଲଷ୍ମୀଙ୍କୁ ତାଙ୍କ ଶାଶୂଘର ଲୋକେ କହିଥିଲେ । ମାତ୍ର ଏହା ସମ୍ଭବ ନହେବାରୁ ଲଷ୍ମୀଙ୍କୁ ତାଙ୍କ ସ୍ୱାମୀଙ୍କ ସମେତ ଶାଶୂଘର ଲୋକେ ଗାଳିଗୁଲଜ କରିବା ସହ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିଲେ । ଲଷ୍ମୀ ଏ ସମ୍ପର୍କରେ ଫୋନ ଯୋଗେ ବାପାଙ୍କୁ ଜଣାଇବା ପରେ ତାଙ୍କ ବାପା ଆସି ଘଟଣାର ସମାଧାନ କରିଥିଲେ । ମାତ୍ର ଏହି ଘଟଣା ବାରମ୍ବାର ଘଟିବାରୁ ଏବଂ ଲଷ୍ମୀଙ୍କୁ ଖାଇବାକୁ ଦିଆନଯାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯିବାରୁ ସେ ଲୁଚିଲୁଚି ବାପଘରକୁ ଚାଲିଯାଉଥିଲେ । ପରେ ତାଙ୍କ ବାପା ଝିଅକୁ ବୁଝାଇ ଶାଶୂଘରେ ଆଣି ଛାଡ଼ି ଯାଉଥିଲେ । ଗତ ୨୪ତାରିଖ ରାତିରେ ଲଷ୍ମୀ ଶୋଇଥିବା ବେଳେ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ୱାମୀ ଓ ଅନ୍ୟମାନେ ତଂଟି ଚିପି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ତେବେ ଲଷ୍ମୀ କୌଶଳ କ୍ରମେ ସେଠାରୁ ଖସି ଯାଇଥିଲେ । ଖବର ପାଇ ତାଙ୍କ ବାପଘର ଲୋକେ ଗୁରୁତର ଅସୁସ୍ଥ ଲଷ୍ମୀଙ୍କୁ ରବିବାର ତିହିଡି଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ପରେ ତାଙ୍କୁ ଭଦ୍ରକ ଡାକ୍ତରଖାନାଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ତେବେ ପୀରହାଟ ଥାନା ଅଧିକାରୀ ଦାୟିତ୍ୱରେ ଥିବା ତିହିଡି଼ ଥାନା ଆଇଆଇସି ସତ୍ୟବ୍ରତ ଗ୍ରହଚାର୍ଯ୍ୟଙ୍କୁ ଏସମ୍ପର୍କରେ ପଚାରିବାରୁ ଘଟଣାର ତଦନ୍ତ କରାଯାଉଛି, ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.