Home ଜିଲ୍ଲା ପରିକ୍ରମା ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

21

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧୀନସ୍ଥ ମାଳତିରା ଗ୍ରାମର ରବୀନ୍ଦ୍ର ପଣ୍ଡାଙ୍କ ଝିଅ ରଶ୍ମିତା ପଣ୍ଡା ୫ ବର୍ଷ ତଳେ ଘସିପୁରା ଥାନା ଅଧୀନସ୍ଥ ଝାଡ଼ଖଣ୍ଡି ଗ୍ରାମର ଲକ୍ଷ୍ମୀଧର ପଣ୍ଡାଙ୍କ ପୁଅ କୁ ବୈଦିକ ରୀତି ନୀତି ରେ ବିବାହ କରିଥିଲେ। କିଛି ଦିନ ଉଭୟଙ୍କ ମଧ୍ୟରେ ସୁ ସମ୍ପର୍କ ଚାଲିଥିଲା।ତାଙ୍କର ଗୋଟିଏ ପୁଅ ସନ୍ତାନ ମଧ୍ୟ୍ୟ ହୋଇଥିଲା।ପରବର୍ତୀ ମୁହୂର୍ତରେ ଶିବାନନ୍ଦ ଏବଂ ତାର ପରିବାର ଲୋକେ ରଶ୍ମିତାକୁ ବାରମ୍ବାର ଯୌତୁକ ନିର୍ଯାତନା ଦେବା ସହିତ ଶାରୀରିକ ଓ ମାନସିକ ଅତ୍ୟାଚାର ମଧ୍ୟ କରୁଥିଲେ।ଏହି ଘଟଣା ବିଷୟରେ ମୃତ ରଶ୍ମିତା ମା ବାପା ଓ ଭଉଣୀକୁ ଜଣାଇଥିଲେ। କିଛି ଦିନ ତଳେ ରଶ୍ମିତାଙ୍କ ସ୍ୱାମୀ ଓ ତାଙ୍କ ଶଶୁର ଘର ଲୋକେ ଜୀବନରୁ ମାରିଦେବାକୁ ଯୋଜନା କରୁଥିବା ବେଳେ ରଶ୍ମିତା ଖସି ଯାଇ ଘସିପୁରା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ପୋଲିସ ଉଭୟଙ୍କୁ ବୁଝା ସୁଝା କରିଥିଲେ। ବେଳେ ଗତ ୩ ଦିନ ତଳେ ସ୍ୱାମୀ ଶିବାନନ୍ଦ ଓ ତାର ପରିବାରର ସମସ୍ତ ସଦସ୍ୟ ମିଶି ରଶ୍ମିତାକୁ ଜୋର ଜବରଦସ୍ତ ବିଷ ପିଆଇ ଦେଇଥିବାର ଅଭିଯୋଗ କରିଛନ୍ତି ତାର ପିତାଘର। ରଶ୍ମିତା ଗୁରୁତର ହେବାରୁ ସ୍ଥାନୀୟ ଘସିପୁରା ହସ୍ପିଟାଲକୁ ନିଆଯାଇଥିଲା।ପରେ ସ୍ଥିତି ବିଗିଡି ବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା,।ସେଠି ଚିକିତ୍ସାଧୀନ ଆବସ୍ଥାରେ ରଶ୍ମିତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ମୃତ ରଶ୍ମିତାଙ୍କ ବାପା ରବୀନ୍ଦ୍ର ପଣ୍ଡା ଝିଅର ମୃତ ଶରୀରକୁ ଧରି ଘସିପୁରା ଥାନାରେ ନ୍ୟାୟ ଭିକ୍ଷା କରିବା ସହିତ ଦୋଷିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.