Home ଅପରାଧ ଯୌତୁକ ପାଇଁ ନିର୍ଯ୍ୟାତନା ଅଭିଯୋଗ

ଯୌତୁକ ପାଇଁ ନିର୍ଯ୍ୟାତନା ଅଭିଯୋଗ

119

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀରୋଡ ଅଞ୍ଚଳ କୁସୁନପୁର ଗ୍ରାମର ରାଧାରାଣୀ ମାଝୀ(୩୦) ସ୍ୱାମୀଙ୍କ ସମେତ ଶାଶୁଘର ଲୋକଙ୍କ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ କରିଛନ୍ତି। ୨୦୧୬ ମସିହାରେ ରାଧାରାଣୀ ନଗଦ ୮୦ ହଜାର ଟଙ୍କା ସମେତ ଆବଶ୍ୟକ ଯାନିଯୌତୁକ ସହ ପ୍ରଶାନ୍ତ କୁମାର ମାଝୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ରାଧାରାଣୀଙ୍କୁ ଆରମ୍ଭରୁ ଅଧିକ ଯୌତୁକ ଲୋଭରେ ଶାଶୁଘର ଲୋକେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। ସେମାନଙ୍କର ଗୋଟିଏ ୬ ବର୍ଷର ପୁତ୍ର ସନ୍ତାନ ଅଛି। ଗତ ୪ ତାରିଖ ରବିବାର ରାତ୍ରରେ ପାଠ ପଢାଉଥିବା ବେଳେ ରାଧାରାଣୀ ପୁଅକୁ ଚାପୁଡା ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ପ୍ରଶାନ୍ତ, ଦିଅର ସୁଶାନ୍ତ, ଶ୍ୱଶୁର ଶମ୍ଭୁନାଥ, ଶାଶୁ ଆଦି ଶାବଳ ଓ ଲୁହା ରଡରେ ପ୍ରବଳ ମାଡ ମାରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। କୌଶଳ କ୍ରମେ ପ୍ରାଣ ବିକଳରେ ସେମାନଙ୍କ କବଳରୁ ଖସିଆସି ରାଧାରାଣୀ ବାପଘର କୁଲଣାକୁ ରାତ୍ରରେ ପଳାଇ ଆସିଥିଲେ। ରାଧାରାଣୀ ପିତାଙ୍କ ସାଥିରେ ଯାଇ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୋମବାର ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି। ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଥାନାରେ ମାମଲା ଋଜୁ ହୋଇନଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.