Home କେନ୍ଦୁଝର ଯୋଡା : ୨ଟି ପୃଥକ ଘଟଣାରେ ୮୦ ଲିଟର ଦେଶି ମଦ ଜବତ, ୨ ଗିରଫ

ଯୋଡା : ୨ଟି ପୃଥକ ଘଟଣାରେ ୮୦ ଲିଟର ଦେଶି ମଦ ଜବତ, ୨ ଗିରଫ

113

ଯୋଡା, ୨୦- ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଶନିବାର ଯୋଡା ପୁଲିସ ୨ଟି ପୃଥକ ଘଟଣାରେ ୮୦ ଲିଟର ଦେଶି ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦେଶି ମଦ ଚାଲାଣରେ ବ୍ୟବହୃତ ଏକ ସ୍କୁଟି ନଂ. ଓଡି୦୯ସି-୩୬୧୭କୁ ମଧ୍ୟ ଜବତ କରିଛି । ଅଭିଯୁକ୍ତମାନେ ହେଲେ କୁନ୍ଦୁରୁନାଲା ଅଞ୍ଚଳର ରଇବୁ ମୁଣ୍ଡା (୩୮) ଓ ରୁଗୁଡି ଥାନା ଅନ୍ତର୍ଗତ କ୍ୟାମ୍ପ ହାଟିଂର ଶୁଶିଲ ଖରିଆ (୪୫) । ସେମାନେ ଉଭୟଙ୍କ ଠାରୁ ୪୦ ଲିଟର ଲେଖାଏଁ ଦେଶି ମଦ ପୁଲିସ ଜବତ କରିଛି । ଘଟଣାରୁ ପ୍ରକାଶ, ଯୋଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ଦେଶି ମଦ ଅବାଧରେ ବିକ୍ରି ହେଉଥିବା ଦୀର୍ଘ ଦିନରୁ ସାଧାରଣରେ ଅଭିଯୋଗ ହୋଇଆସୁଛି । ବିଭିନ୍ନ ସାଇ ବସ୍ତିରେ କଡା କଡି ଭାବରେ ଚଢାଉ କରାଗଲେ ଏହି ଚୋରା କାରବାରକୁ ରୋକାଯାଇପାରିବ ବୋଲି ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.