Home ଓଡ଼ିଶା ଯୋଡା ସେଣ୍ଟ ଟେରେସା ସ୍କୁଲ କ୍ରମାଗତ ପ୍ରଥମ

ଯୋଡା ସେଣ୍ଟ ଟେରେସା ସ୍କୁଲ କ୍ରମାଗତ ପ୍ରଥମ

272

ଯୋଡା – ୨୫/୦୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡାସ୍ଥିତ କେନ୍ଦ୍ରୀୟ ଖେଳ ପଡିଆ ଠାରେ ଟାଟା କମ୍ପାନୀ ପକ୍ଷରୁ ୭୧ ତମ ଜନରାଜ୍ୟ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପ୍ୟାରେଡରେ ଯୋଡା ପୌରାଞ୍ଚଳର ସମସ୍ତ ବିଦ୍ୟାଳୟ ଭାଗନେଇଥିବା ବେଳେ ଏଥିରେ ବିଭିନ୍ନ ପ୍ରକାରର ଝାଙ୍କି, ନୃତ୍ୟ, କଳା, କୌଶଳ ପ୍ରଦର୍ଶନ କରାଯାଇଥାଏ । ଚଳିତ ବର୍ଷ ସେଣ୍ଟ ଟେରେସା ସ୍କୁଲ ପ୍ୟାରେଡରେ ଗାନ୍ଦୀଜୀଙ୍କ ସାବରମତି ଆଶ୍ରମ ର ଝାଙ୍କି ପ୍ରଦର୍ଶନ କରିଥିଲା । ଏହା ବିଗତ ବର୍ଷ ପରି ପୁନର୍ବାର ପ୍ରଥମ ସ୍ଥାନ ଅଧିକାର କରିଥିବାରୁ କମ୍ପାନୀ ପକ୍ଷରୁ ଟ୍ରଫି ପ୍ରଦାନ କରାଯାଇ ବିଦ୍ୟାଳୟକୁ ସମ୍ମାନୀତ କରାଯାଇଥିଲା ।

ତେବେ ଏହି ବିଦ୍ୟାଳୟ କ୍ରମାଗତ ଭାବେ ଚତୁର୍ଥ ବର୍ଷ ମଧ୍ୟ ବିବେଚିତ ହୋଇ ଏହି ଗୌରବ ଅର୍ଜନ କରିଥିବା ଜଣାପଡିଛି । ସେଣ୍ଟ ଟେରେସା ସ୍କୁଲର ଚିତାକର୍ଷକ ପ୍ରଦର୍ଶନ ଉପସ୍ଥିତ ଦେଖଣାହାରିଙ୍କୁ କିଛି ସମୟ ପାଇଁ ସ୍ତମ୍ଭିଭୁତ କରିଦେଇଥିଲା । ଚିତ୍ରକଳା ଶିକ୍ଷକ ମହେନ୍ଦ୍ର ଦାସଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାରି ବର୍ଷ ହେବ ପ୍ରସୁତ ହୋଇ ପ୍ରଥମ ସ୍ଥାନ ଗ୍ରହଣ କରିଆସୁଅଛି । ସେ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କର ଉଚ୍ଚ ପ୍ରତିଭା ପ୍ରଦର୍ଶନ କୁ ସେଣ୍ଟ ଟେରେସା ସ୍କୁଲର ଅଧ୍ୟକ୍ଷା ସିସ୍ଟର ମାରିଅଟ ଏବଂ ସମସ୍ତ କର୍ମଚାରୀ ଭୂୟଁଶୀ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.