Home ଓଡ଼ିଶା ଯୋଡା : ସରିଲା ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ, ଭୋଟ ବାକ୍ସ ଭିତରେ ଆବଦ୍ଧ ୫୮୪ଜଣ...

ଯୋଡା : ସରିଲା ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ, ଭୋଟ ବାକ୍ସ ଭିତରେ ଆବଦ୍ଧ ୫୮୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ

35

ଯୋଡା, ୨୨ା୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ବ୍ଲକରେ ଅଧିନରେ ଥିବା ୧୯ଟି ପଞ୍ଚାୟତର ଭୋଟ ଗ୍ରହଣ ମଙ୍ଗଳାର ସରିଛି । ଭୋଟ ବାକ୍ସ ଭିତରେ ପ୍ରାର୍ଥୀମାନଙ୍କର ଭାଗ୍ୟ ବନ୍ଦ ହୋଇ ରହିଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ଜୋରଦାର ଲଢେଇ ଦେଖିବାକୁ ମିଳିଛି । କାହାର ହେବ ଜିତାପଟ ହେବ ଏନେଇ ଏବେ ଅଙ୍କକଷା ଜାରି ରହିଛି । ଯୋଡା ବ୍ଲକରେ ଅବସ୍ଥିତ ବିଭିନ୍ନ ପଞ୍ଚାୟତର ୧୨୫ଟି ସମ୍ବେଦନଶୀଳ ଓ ୧୭ଟି ଅତି ସମ୍ବେଦନଶୀଳ ଚିହ୍ନଟ ହୋଇଥିବା ବୁଥ ଗୁଡିକରେ ନିର୍ବାଚନ ବ୍ୟାପକ ପୋଲିସ ବଳ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବରଙ୍କୁ ମିଶାଇ ୧୯ଟି ପଞ୍ଚାୟତର ମୋଟ ୫୮୪ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ଜଣାପଡିଛି । ସେଥିମଧ୍ୟରୁ ୧୦୮ ଜଣ ସରପଞ୍ଚ ପ୍ରାର୍ଥୀ, ୬୭ ଜଣ ସମିତିସଭ୍ୟ ପ୍ରାର୍ଥୀ ଓ ୪୦୯ ଜଣ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା । ବ୍ଲକରେ ୬୦,୧୭୮ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିବା ଜଣାପଡିଛି । ସେଥିମଧ୍ୟରୁ ୩୦,୧୧୭ ଜଣ ପୁରୁଷ ଓ ୩୦,୦୬୧ ଜଣ ମହିଳା ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିବା ସରକାରି ରିପୋର୍ଟରୁ ଜଣାପଡିଛି । ଚଳିତ ନିର୍ବାଚନରେ ବିଶେଷକରି ଯୁବ ଓ ମହିଳା ଭୋଟର ମାନଙ୍କ ମଧ୍ୟରେ ଭୋଟ ଦେବା ପାଇଁ ପ୍ରବଳ ଉତ୍ସାହ ପରିଲକ୍ଷିତ କରାଯାଇଥିଲା । ମଙ୍ଗଳବାର ନିର୍ଦ୍ଧାରିତ ସମୟ ସକାଳ ୭ଟାରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ଭିଡ ଯୋଗୁଁ ଅନେକ ସ୍ଥାନରେ ଭୋଟର ମାନେ ଧାଡିରେ ରହି ଭୋଟ ଦେବାକୁ ବାଧ୍ୟ ହୋଇଥିଲେ । ଗୋଟିଏ ଯୋଡିଏ ଘଟଣାକୁ ଛାଡିଦେଲେ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଥିବା ଜଣାପଡିଛି । ସମ୍ବେଦନଶୀଳ ବୁଥ ଗୁଡିକରେ ଖୋଦ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ଜିଲ୍ଲାପାଳ ଆଶିଶ ଠାକରେ ପ୍ରତ୍ୟେକ୍ଷ ଭାବେ ପରିସ୍ଥିତି ଅନୁଧ୍ୟାନ କରିଥିବା ଦେଖିଥିବା ମିଳିଥିଲା । ଯୋଡା ବ୍ଲକ ବାଲାଗୋଡା ପଞ୍ଚାୟତରେ ହୋଇଥିବା ଭୋଟଦାନରେ ଅନ୍ୟମିତତା ନେଇ ଘଟଣାସ୍ଥଳରେ ଅଶାନ୍ତ ପରିବେସ ସୃଷ୍ଟି ହୋଇଥିବା ବେଲେ ଆରକ୍ଷୀ ଅଧୀକ୍ଷକ ସେଠାରେ ପ୍ରତ୍ୟେକ୍ଷ ଭାବେ ପହଞ୍ôଚ ଏହାର ସମାଧାନ କରିଥିବା ଜଣାପଡିଛି । ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଘଟିଥିବା ବାମେବାରୀ ଥାନା ଅଞ୍ଚଳର ବଳଦା ଓ କାଳିମାଟି ଗ୍ରାମର ପଞ୍ଚାୟତକୁ ମଧ୍ୟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପରିଦର୍ଶନ କରିଥିବା ଜଣାପଡିଛି । ତେବେ ଯୋଡା ବ୍ଲକ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ମୋଟ ୭୩.୭୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ତେବେ ପୂର୍ବରୁ ଜିତିଥିବା କିଛି ପ୍ରାର୍ଥୀଙ୍କୁ ଏଥର ଭୋଟର ପ୍ରତ୍ୟାକ୍ଷାନ କରିଥିବା ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.