Home ଓଡ଼ିଶା ଯୋଡା – ଲୁହାପଥର ଚୋରାଚାଲାଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଯୋଡା – ଲୁହାପଥର ଚୋରାଚାଲାଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

250

ାା ଯୋଡା, ୦୫/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଝାରଖଣ୍ଡକୁ ଲୁହପାଥର ଚୋରା ଚାଲଣ ଘଟଣାରେ ବଡବିଲ ପୁଲିସ ଗତ ୨୭ ତାରିଖରେ ୬ଟି ଟିପର ଜବତ କରିଥିଲେ । ତେବେ ଏଥିରେ ସମ୍ପୃ୍କ୍ତ ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରିପାରିନଥିଲା । ଗୁରୁବାର ଦିନ ପୁଲିସ ଏଥିରେ ସମ୍ପୃକ୍ତ ୨ଜଣକୁ ଗିରଫ କରିଛି । ଗିରଫ ୨ଜଣ ହେଲେ ପଟ୍ଟନାୟକ ମିନେରାଲ୍ସର ସାଇଡିଂରେ ଲୁହାପଥର ରିସିଭ୍ କରୁଥିବା ପଣସଗୋଡା ଅଞ୍ଚଳର ସଞ୍ଜୟ ରାଉତ ଓ ସିକୁ୍ୟରିଟି ଗାର୍ଡ ବାରହାଟିପିରା ଅଞ୍ଚଳ ଦିବ୍ୟରଞ୍ଜନ ପଣ୍ଡା ବୋଲି ଜଣାପଡିଛି । ସୂଚନାରୁ ପ୍ରକାଶ, ଗତ ୨୬ ତାରିଖ ଦିନ ୫/୧୮ ସାଇଜ ର ୬ଟି ମୂଲ୍ୟବାନ ଲୁହାପଥର ବୋଝେଇ ଟ୍ରକ ଅବୈଧ ଭାବେ ଝାରଖଣ୍ଡ ରାଜ୍ୟକୁ ଚାଲାଣ କରୁଥିବା ବେଳେ ବଡବିଲ ପୁଲିସ (ଏସ୍ଡିପିଓ) ହାତରେ ଧରାପଡିଥିଲା । ଯୋଡା ଖଣି ମଣ୍ଡଳ ଅଧିନ ବାମେବାରୀ ଥାନା ଅଧିନସ୍ଥ ପଟ୍ଟନାୟକ ମିନେରାଲ୍ସ ଖଣିରୁ ୫/୧୮ ସାଇଜର ଉଚ୍ଚ ମାନର ଲୁହାପଥର ବୋଝେଇ କରି ୬ଟି ଟ୍ରକ ବିଆଇଏଲ୍ ରେଳ ସାଇଡିଂରେ ଖଲାସ କରିବାକୁ ଯାଇଥିଲା । ତେବେ ଅତ୍ୟନ୍ତ ଚତୁରତାର ସହିତ ଏହି ଟ୍ରକ ଗୁଡିକ ବିଆଇଏଲ୍ ରେଳ ସାଇଡିଂରେ ଏଗୁଡିକୁ ଖଲାସ ନକରି ସେଠାରେ ଦାୟିତ୍ୱରେ ଥିବା ପଟ୍ଟନାୟକ ମିନେରାଲ୍ସର ସୁପରଭାଇଜର ଠାରୁ ଚାଲାଣରେ ରିସିଭ୍ କରାଇ ଏହି ଲୁହାପଥରକୁ ପଡୋଶୀ ଝାରଖଣ୍ଡକୁ ଚୋରାଚାଲାଣ କରୁଥିଲେ । ଏହି ଚୋରାଚାଲାଣ ଦୀର୍ଘ ଦିନ ଧରି ଚାଲୁ ରହିଥିଲେ ମଧ୍ୟ ପୁଲିସ ତାର ଟେର ପାଇପାରିନଥିଲା । ଏଥିରେ ପରିବହନ ସଂସ୍ଥାର ସମ୍ପୃକ୍ତି ପରିସ୍କାର ଜଣାପଡୁଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରିପାରିନାହିଁ । ଏହି ର୍ୟାକେଟରେ ବଡ ବଡ ଲୁହାପଥର ତସ୍କରଙ୍କ ହାତ ରହିଥିବା ବେଳେ ପୁଲିସ ସେମାନଙ୍କ ପାଖରେ ପହଞ୍ଚିପାରୁନଛି କି ନାହିଁ ତାହା ଦେଖିବାକୁ ବାକିରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.