Home ଓଡ଼ିଶା ଯୋଡା : ଲକ୍ ଡାଉନ ସମୟରେ ନୋ ଏଣ୍ଟ୍ରୀ ଉଲ୍ଲଂଘନ

ଯୋଡା : ଲକ୍ ଡାଉନ ସମୟରେ ନୋ ଏଣ୍ଟ୍ରୀ ଉଲ୍ଲଂଘନ

187

ଯୋଡା, ୧୫ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଥିଲେ ମଧ୍ୟ ଲୁହା ପଥର ପରିବହନକୁ ଅତ୍ୟାବଶ୍ୟକ ସାମଗ୍ରୀର ମାନ୍ୟତା ପ୍ରଦାନ କରି ପରିବହନକୁ ପୂର୍ବବତ ଯାରି ରଖିଛନ୍ତି । ସହର ମଧ୍ୟ ଦେଇ ଚଳ ପ୍ରଚଳ କରୁଥିବା ଭାରିଯାନ ଗୁଡିକ ଯୋୁଗଁ ସାଧାରଣ ଜୀବନ ଯାତ୍ରା ଦୁର୍ବିଶ ହୋଇପଡିଥିବା ସହ ବ୍ୟାପକ ପ୍ରଦୂଷଣ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ଅବାଧ ଭାରିଯାନ ଚଳାଚଳ ଯୋଗୁଁ ଦୈନିକ ଦୁର୍ଘଟଣା ଘଟି ଧନ ଯୀବନ କ୍ଷୟ ହେଉଥିବା ଦେଖିବାକୁ ମିଳୁଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳ ୮ଟାରୁ ୨ଟା ଏବଂ ଅପାରାହ୍ନ ୪ଟାରୁ ରାତ୍ରୀ ୮ଟା ପର୍ଯ୍ୟନ୍ତ ନୋ ଏଣ୍ଟ୍ରୀ ବ୍ୟବସ୍ଥା ଲାଗୁକରିଥିଲେ । ତେବେ ଏହି ଲକ୍ ଡାଉନ ସମୟରେ ଟ୍ରକ ମାଲିକମାନେ ଏହି କଟକଣାର ଖୋଲା ଖୋଲି ଉଲ୍ଲଂଘନ କରି ଦିନ ରାତି ୨୪ ଘଣ୍ଟା ପରିବହନ ଜାରି ରଖିଛନ୍ତି । ଫଳରେ ଲୋକେ ଏବେ ଭୟଭିତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ମଧ୍ୟ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ପ୍ରଶାସନ ନୋ ଏଣ୍ଟ୍ରୀ ଉଠିନଥିବା କହୁଥିବା ବେଳେ ଏହାକୁ କୌଣସି ଟ୍ରକ ମାଲିକ ସଂଘ ଭୃକ୍ଷେପ ନକରିବା ଏବଂ ପ୍ରଶାସନ ନିରବଦ୍ରଷ୍ଟା ସାଜିବା କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଏ ସଂକ୍ରାନ୍ତରେ ଯୋଡା ପୁଲିସକୁ ପଚାରିବାରୁ ସେ ଏ ନେଇ ଦୈନିକ କେତେ ଗୁଡିଏ ଟ୍ରକ ଠାରୁ ଜୋରିମାନା ଆଦାୟ କରାଯାଇଥିବା କହିବା ସହ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ଏହାକୁ କଡାକଡି ଭାବେ ପାଳନ କରାଯାଉପାରିନଖିବା କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.