Home ଓଡ଼ିଶା ଯୋଡା : ଲକ୍ଷାଧିକ ଟଙ୍କାର ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ, ୨ ଗିରଫ

ଯୋଡା : ଲକ୍ଷାଧିକ ଟଙ୍କାର ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ, ୨ ଗିରଫ

87

ଯୋଡା, ୩୧ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପୁଲିସ ଓ ଖଣି ମାଫିଆଙ୍କ ଛକା ପଞ୍ଝା ଏବେବି ଖଣି ଅଞ୍ଚଳରେ ଜାରି ରହିଛି । ସ୍ଥାନୀୟ ପୁଲିସ ପ୍ରଶାସନ ଆଖିରେ ଧୂଳି ଦେଇ ଏବେବି ମାଫିଆମାନେ ଲୁଟି ଚାଲିଛନ୍ତି ମୂଲ୍ୟବାନ ଲୁହାପଥର । ସୋମବାର ସକାଳୁ ବାମେବାରୀ ପୁଲିସ ନୟାଗଡ ରେଳ କ୍ଷେତ୍ରରେ ଗଚ୍ଛିତ ଥିବା କିଛି ଲୁହାପଥର ଗୁଣ୍ଡକୁ ମାଫିଆମାନେ ମେସିନ ଲଗାଇ ଗୋଟିଏ ଟ୍ରଲର ଏବଂ ଗୋଟିଏ ଟ୍ରକରେ ବୋଝେଇ କରୁଥିବା ବେଳେ ସେଗୁଡିକୁ ଜବତ କରିବା ସହିତ ସେଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିଛି । ଘଟଣାରୁ ଜଣାପଡିଛି ଯେ, ନୟାଗଡ ରେଳ କ୍ଷେତ୍ରରେ କିଛି ଲୁହାପଥର ଗୁଣ୍ଡ ଜବତ ହୋଇ ଗଚ୍ଛିତ ରଖାଯାଇଛି । ଏହାକୁ ରାଜ୍ୟ ତଥା ରାଜ୍ୟ ବାହାରର ମାଫିଆମାନେ ଅନବରତ ବୋଝେଇ କରି ବିଭିନ୍ନ ସ୍ଥାନକୁ ଚୋରାରେ ବିକ୍ରି କରୁଥିବା ଖବର ବାରମ୍ବାର ହସ୍ତଗତ ହେବାରେ ଲାଗିଛି । ସୋମବାର ଜବତ ହୋଇଥିବା ଟ୍ରଲର ନଂ. ଏନ୍‌ଏଲ୍‌୦୧ଏସି-୪୪୩୦ ଏବଂ ଟ୍ରକ ନଂ. ଏନ୍ ଏଲ୍‌୦୧ଏଇ-୧୩୬୪ ୨ଟି ନାଗାଲାଣ୍ଡର ପଞ୍ଜିକୃତ ହୋଇଥିବା ବେଳେ ଜେସିବି ନଂ. ଓଡି୧୧ ୭୫୫୭ । ତେବେ ଏହି ୨ଟି ଭାରିଯାନ ରେ ଜବତ ଲୁହାପଥର ପରିମାଣ ୩୫ ଟନ୍ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏହି ଘଟଣାଟିରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଜେସିବି ଚାଳକ କ୍ଷୀରୋଦ ଚନ୍ଦ୍ର ମାଝି, ଟ୍ରକ ଚାଳକ ରୋହିତ ସିଂ ହୋଇଥିବା ବେଳେ ଏବଂ ଅନ୍ୟ ଜଣେ ଟ୍ରଲର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଏହି ଚୋରା କାରବାର ପଛରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଏପର୍ଯ୍ୟନ୍ତ ଧରିବାରେ ଅସଫଳ ହୋଇଥିବାରୁ ଏହି ଅବୈଧ କାରବାରକୁ ରୋକିବାରେ ପୁଲିସ ବିଫଳ ହୋଇଛି । ଏହି ଚଢୋଉରେ ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅମିତ ଭୂୟାଁ, ଏସ୍‌ଆଇ ସରତ ଚନ୍ଦ୍ର ଦେହୁରୀ, ଅନୀଲ ସାମଲ ଏବଂ ଅନ୍ୟ ପୁଲିସ ବଳ ନିୟୋଜିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.